-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ବରପାଲି (ସୁଦାମ ଦୀପ)
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ତ୍ରିଦିବସୀୟ ଉତ୍ସବ ଅଧ୍ୟାପିକା ପୁନମ ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ନୌସେନା ଅଧିକାରୀ ପ୍ରଭାତ ରଞ୍ଜନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ସମ୍ପୂର୍ଣ୍ଣ ଭୋଇ, ଅଧ୍ୟାପକ ସୁଧାଂଶୁ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ କ୍ରୀଡା ଦ୍ଵାରା ଛାତ୍ରୀ ମାନଙ୍କର ଶାରୀରିକ ଅଭିବୃଦ୍ଧି ସହ ବୌଦ୍ଧିକ ଜ୍ଞାନର ବିକାଶ ଧାରାରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ। କ୍ରୀଡା ବିଭାଗ ଅଧ୍ୟାପକ ଲୋକନାଥ ମେହେର ଛାତ୍ରୀମାନଙ୍କୁ ପ୍ରଥମ ଦିନରେ ୧୦୦ ମିଟର ଓ ୮୦୦ ମିଟର ଦୌଡ, ଲଙ୍ଗ୍ ଜମ୍ପ୍ , ହାଇ ଜମ୍ପ୍, ସଟ୍ପୁଟ୍, ସ୍ପୁନ୍ ବେଲେନ୍ସ୍ ଆଦି କ୍ରୀଡା ପ୍ରତିଯୋଗୀତା କରାଇଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପିକା ନିଳୀମା ନାୟକ, ପିଙ୍କି ବାରିକ, ଜ୍ୟୋତି ସାହୁ, ପରିଣୀତା ପଧାନ, ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ, ନେପାଳ ବିଶ୍ୱାଳ, ସାର୍ଥକ ପାଣିଗ୍ରାହୀ, ଶଶାଙ୍କ ଶେଖର ପଧାନ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ପ୍ରମୁଖ ସାମିଲ ହୋଇଥିଲେ। ପରିଶେଷରେ ଶୋଭାବତୀ ଥପା ଧନ୍ଯବାଦ ଅର୍ପଣ କରିଥିଲେ ।