-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜିଲ୍ଲା

ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ ହିମାଂଶୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଏବଂ ସାଧାରଣ ସମ୍ପାଦକ ସରୋଜ ନିର୍ବାଚିତ I

20-Dec-2024



 

ସମ୍ବଲପୁର/ରେଙ୍ଗାଲି-(ସଂଜୀବ ପାଣିଗ୍ରାହୀ)  : ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରେଙ୍ଗାଲି ନୂଆ ରମ୍ପେଲାସ୍ଥିତ ମିଶ୍ର ଇଣ୍ଟରପ୍ରାଇଜେସ୍ ଫାର୍ମ ହାଉସ ଠାରେ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସମ୍ବଲପୁର ଜିଲ୍ଲା ଶାଖାର ୯ ଗୋଟି ବ୍ଲକ ଶାଖାର ଶତାଧିକ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ଭାବେ ହିମାଂଶୁ ଶେଖର ମିଶ୍ର ପୁଣିଥରେ ମନୋନୀତ ହୋଇଛନ୍ତି। ଠିକ୍‌ ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତ କର ଏବଂ ଉପସଭାପତି ଭାବେ ନରେଶ ମାହାଣI, ଶିଶିର ସାହୁ, ପ୍ରଦୀପ ନାୟକ,ଏବଂ ସନ୍ତୋଷ ସାହୁ ଉପସଭାପତି ଭାବେ ମନୋନୀତ ହୋଇଥିବାବେଳେ ଅଶୋକ ପଟେଲ, ଅଙ୍କିତ ସାହୁ, ଅମଳେନ୍ଦୁ ନାୟକ ଓ ବାଦଶାହା ଜୁସମନ ରାଣI ସହସଂପାଦକ ଓ ବିରାଜ ମିଶ୍ର କୋଷାଧ୍ୟକ୍ଷ ହୋଇଛନ୍ତି। ସୁଧାଂଶୁ ଶେଖର ମହାରଣା, ସଞ୍ଜୟ ପାଗୋଡା, ମହାବୀର ସିଂହ ଦେଓ, ରବୀନ୍ଦ୍ର ନାଥ ପ୍ରଧାନ, ନବୀନ ଦାଶ, ଗୁଣମଣୀ ବିଶ୍ୱାଳ, ସତ୍ୟଜିତ ମହାପାତ୍ର ଓ ହରି ଶଙ୍କର ମିଶ୍ର କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ସରୋଜ ସାହୁ ଏବଂ ସତ୍ୟଜିତ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ସମୁଦାୟ ୫୪ ଖଣ୍ଡ ଭୋଟରୁ ସରୋଜ ସାହୁ ୪୬ ଖଣ୍ଡ ଭୋଟ ପାଇଥିବାବେଳେ ସତ୍ୟଜିତ ୮ ଖଣ୍ଡ ଭୋଟ ପାଇଥିଲେ। ଏହାଦ୍ବାରା ସରୋଜ ସାହୁ ସାଧାରଣ ସମ୍ପାଦକ ଭାବେ ପୁନଶ୍ଚ ନିର୍ବାଚିତ ହୋଇଛନ୍ତି। ରେଙ୍ଗାଲିର ବରିଷ୍ଠ ଓକିଲ ଲଳିତ କୁମାର ଜେନା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ତାଙ୍କୁ ଉପଦେଷ୍ଟା ଦଳ ପଶ୍ଚିମ ଓଡିଶା ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସାଧବ ପ୍ରଧାନ, ସୁଧାଂଶୁ ଶେଖର ମହାରଣା, ଅଶୋକ ଗୁରୁ ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନକଲ୍ୟାଣକାରୀ ସାମାଜିକ କାର୍ଯ୍ୟକ୍ରମ, ସାମ୍ବାଦିକଙ୍କ ସାମୁହିକ ବିକାଶ ପାଇଁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ସଂଘ ପକ୍ଷରୁ ନିରବଛିନ୍ନ ଭାବରେ ଉଦ୍ୟମ ଜାରି ରହିବ ବୋଲି ନବନିର୍ବାଚିତ ସଭାପତି ହିମାଂଶୁ ଶେଖର ମିଶ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।

ସାଧାରଣ ପରିଷଦ ବୈଠକ ପ୍ରାରମ୍ଭରେ ମା' ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ ଏବଂ ଓଡିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହାପରେ ସାଧାରଣ ସମ୍ପାଦକ ସରୋଜ ସାହୁ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ସାଧାରଣ ପରିଷଦ ସଭାରେ ସାମ୍ବାଦିକ ମାନଙ୍କ ହିତ ଦୃଷ୍ଟିରୁ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like