-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ସିନାପାଲି (ଚିନ୍ତାମଣି ନେତାମ )
ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ସଦରମହକୁମା ଠାରେ ଅବସ୍ଥିତ ରାଜଶ୍ରୀ ପବ୍ଲିକସ୍କୁଲର ୧୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ନିଜସ୍ୱ ଖେଳପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ଉଦଘାଟନୀ ସଭାରେ ସିନାପାଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଶାଲ ଗ୍ରହଣ,ଦୀପ ପ୍ରଜ୍ବଳନ, ଓ ବିଦ୍ୟାଳୟର ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ହାତୀବନ୍ଧା ଜି.ଏମ. ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତକୁମାର ପାତ୍ର, ଶିକ୍ଷାବିତ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଓ ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ତଥା ଭାରପ୍ରାପ୍ତ ଅଧକ୍ଷ ସୁଶ୍ରୀ ବି. କେ ସୁଷମା ଯୋଗ ଦେଇ ଛାତ୍ରଛାତ୍ରୀଗଣ ଙ୍କୁ ଜୀବନରେ କ୍ରୀଡାର ଆବଶ୍ୟକତା ଓ ମହତ୍ୱ ଉପରେ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ଚେୟାରମେନ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିଲେ। ପୂର୍ବତନ ଛାତ୍ର ପ୍ରିନ୍ସ ଅଗ୍ରୱାଲ ଅତି ମନଛୁଆଁ ଭାଷାରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସ୍ୱା ଗତଂସୂଚକ ନୃତ୍ୟ ପରିବେଷିତ ହୋଇଥିଲା । ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୃଥକ ପୃଥକ ଦଳରେ ବିଭକ୍ତ କରି ବିଭିନ୍ନ ଖେଳର ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ଥିଲା । କ୍ରୀଡା ପ୍ରତିଯୋଗୀତା ଗୁଡିକକୁ ସୁପରିଚାଳନା କରିବାରେ ଶ୍ରୀ ସୁରେନ୍ଦ୍ର କୁମାର ତଥା ବିଦ୍ୟାଳୟ ର ଶିକ୍ଷକ ଗୋବିନ୍ଦ ସାହୁ ଓ ମାନସ ସା ସହଯୋଗ କରିଥିଲେ । ଅତିଥିଗଣ ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଉତ୍ସାହିତ କରିଥିଲେ। ସଭାଶେଷ ରେ ଶିକ୍ଷୟତ୍ରି ସୁଶ୍ରୀ ସଜନୀ ସତନାମୀ ଅତିଥିଗଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଗୁଡିକ ପରିଚାଳନା କରିବାରେ ବିଦ୍ୟାଳୟ ର ସମସ୍ତଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।