-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ମା ଗୃହରେ ଅସୁରକ୍ଷିତ ଅବସ୍ଥାରେ ଗର୍ଭବତୀ ମହିଳା ମାନେ

20-Dec-2024



ନବରଙ୍ଗପୁର-(ମିହିର ଶଙ୍କର ପାତ୍ର)
 ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ କୃଷି କାର୍ଯ୍ୟାଳୟ ନିକଟରେ ଥିବା ମା ଗୃହ ବହୁତ ଅସ୍ୱାସ୍ଥ୍ୟକର ଓ ଖାଦ୍ୟ ସୂଚୀ ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ମିଳୁନି ପୃଷ୍ଟିକର ଖାଦ୍ୟ।  ଏପରିକି ଗର୍ଭବତୀ ମହିଳା ମାନେ ଆପରିଷ୍କାର  ପରିବେଶରେ ରହୁଥିବା ସୂଚନା ବାରମ୍ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଏଥିପ୍ରତି କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆସିଛି । ଯାହାଦ୍ଵାରା ମାଁ ଗୃହ ରେ ପ୍ରସବ ଜନିତ ସୁବିଧା ପାଇବାକୁ ଆସୁଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଦେଖା ଦେଇଛି। ସୂଚନାଯୋଗ୍ୟ :-ମାଁ ଗୃହର କାର୍ଯ୍ୟ ସୂଚୀ ଅନୁଯାୟୀ ଆଜି ଶୁକ୍ରବାର ଅଣ୍ଡା ଦେବା ପରିବର୍ତ୍ତେ  ଗର୍ଭବତୀ ମହିଳାମାନଙ୍କୁ ଭାତ ସହ ଆମ୍ବଳିଆ ତରକାରୀ ଦିଆଯାଇଛି। ସୂଚନା ପାଇ ଆମ ଜିଲ୍ଲା ରିପୋର୍ଟର ମାଁ ଗୃହକୁ ଯାଇଥିଲେ। ମାଁ ଗୃହ ଦାୟିତ୍ଵ ରେ ଥିବା ସ୍ବାସ୍ଥ୍ୟକର୍ମୀ  ନିଜେ ପ୍ରକାଶ କରିଛନ୍ତି ଯେ ସେ ଗର୍ଭବତୀ ମହିଳାମାନଙ୍କୁ ଆଜି ଆମ୍ବଳିଆ ତରକାରୀ ଦେଇଛନ୍ତି। ଆମ ଖବର ଦାତା ମାନଙ୍କୁ ରୋସେଇ ସାମଗ୍ରୀ ଦେଖାଇବାକୁ  ମନା କରିଦେଇଥିଲେ।ଏଥିରେ ଜଣା ପଡ଼ୁଛି ମାଁ ଗୃହ ରେ ରହୁଥିବା ଗର୍ଭବତୀ ମହିଳା ମାନଙ୍କୁ କି ଭଳି ପୁଷ୍ଟିକର ଖାଦ୍ୟ ଦିଆ ଯାଉଥିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କ୍ୟାରମ ବେସରକାରୀ ଅନୁଷ୍ଠାନ ଆନୁକୁଲ୍ୟରେ ଗତ ଚାରି ବର୍ଷ ହେଲା ଡାବୁଗାଁ ଠାରେ "ମା ଗୃହ" ଚାଲୁ ଅଛି। ଲକ୍ଷ୍ୟ ରହିଛି ଗ୍ରାମାଞ୍ଚଳରେ ଗର୍ଭ ଧାରଣ କରିଥିବା ଅଶିକ୍ଷିତ ଆଦିବାସୀ ମହିଳା ମାନେ ପ୍ରସବ ବେଦନାର ଠିକ୍ ପୂର୍ବରୁ ମା ଗୃହ ଆସି ସେଠାରେ ଉପଯୁକ୍ତ ଯତ୍ନ ଦ୍ଵାରା ଛୁଆ ଜନ୍ମ କରିବେ। ସୁଷମ ଖାଦ୍ୟ ,ଉନ୍ନତ ସ୍ବାସ୍ଥ୍ୟସେବା, ପୁନର୍ବାସ ଓ ସାମୟିକ ବାସଗୃହ ପ୍ରଦାନ କରି ଗର୍ଭ ଧାରଣ କରିଥିବା ମହିଳା ଙ୍କୁ ସୁବିଧା ପ୍ରଦାନ କରିବେ। କିନ୍ତୁ ଏଠାରେ ଏହାର ଠିକ ବିପରୀତ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଘେରରେ ଚାଲିଛି ମା ଗୃହ। ସୃଚନା ଅନୁଯାୟୀ ଗର୍ଭବତୀ ମା ମାନଙ୍କ ସ୍ବାସ୍ଥ୍ୟସେବା ରେ ଯତ୍ନ ନେବା ପାଇଁ ମା ଗୃହ ରେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ରେ ଅଛନ୍ତି । ମା ଗୃହର କର୍ମଚାରୀ ମାନେ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଡାବୁଗାଁରେ ମା ଗୃହ ଆରମ୍ଭ କରାଯାଇଛି ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ଏ ନେଇ ମା ଗୃହ କ୍ୟାରମ୍ ଫାଉଣ୍ଡେସନ ଅନୁଷ୍ଠାନର ମୁଖ୍ୟ  ଜୀବନ କୁମାର ଦୀକ୍ଷିତ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରି ନ ଥିଲା । କିଛିଦିନ ପୂର୍ବରୁ ଅପରିଷ୍କାର ପରିବେଶ ରେ ମା ଗୃହରେ ରହିବା ଖବର ପ୍ରକାଶ ପାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ବିଭାଗୀୟ ତଦନ୍ତ ହୋଇ ପାରିଲା ନାହିଁ। ମା ଗୃହରେ ଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହୋଇଛି ।

*ବି:ଦ୍ର:- ସରକାରୀ ଗାଇଡ଼ଲାଇନ କୁ ଅଣଦେଖା କରି ଗର୍ଭବତୀ ଙ୍କୁ ଅଣ୍ଡା ବଦଳରେ ଦିଅ ଯାଉଛି ଆମ୍ବଳିଆ*


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like