-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
ତରଭା(କପିଳାସ ସେଠ) ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବରେ ଯାଇ ହତ୍ୟା ର ଶିକାର ହୋଇ ଥିବା ଶ୍ରମିକ ର ମୃତ ଶରୀର ନିଜ ଗ୍ରାମ କୁ ଆଣିବା ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ଙ୍କ ବଡ ଭାଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ପାଖ କୁ ଯାଇ ଗୁହାରି କରିଥିବାର ଜଣାଯାଇଛି I ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକଅନ୍ତର୍ଗତ ପୁଆ ଗ୍ରାମର ସ୍ବର୍ଗତ ଶ୍ରୀଧର ସେଠ ଙ୍କ ସାନ ପୁଅ ଧୂବଲେଶ୍ୱର ସେଠ ଆଠ ବର୍ଷ ହେଲା ତାମିଲନାଡୁ ଯାଇ ସେଠାରେଦାଦନ ଶ୍ରମିକଭାବରେ ଏକ ଘରୋଇ କମ୍ପାନୀ ରେ କାମ କରିଥିଲେ I ତାଙ୍କ ପରିବାର ଙ୍କ କହିବା ଅନୁଯାୟୀ ଧୂବଲେଶ୍ୱର ସେଠ ତାମିଲନାଡୁର ଏପେଡ଼ାଇ ଜିଲ୍ଲା ର ଇ ରୋଡ଼ ସ୍ଥିତ ରାଜ ଗୁରୁ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ ଦୀର୍ଘଦିନ ଆଠ ବର୍ଷ ହେବ କାମ କରୁଥିଲେ । ବୁଧୁବାର (17/12)ରେ ଶ୍ରୀକାନ୍ତ ମହାକୁର ନାମକ ବ୍ୟକ୍ତି ସେଠାରୁ ଧବଳେଶ୍ୱର କୁ ମାରି ଦିଆଯାଇଛିବୋଲି ଫୋନ ମାଧ୍ୟମରେ ପୁଆ ରେ ଥିବା ତାଙ୍କ ପରିବାର କୁ ଜଣାଇଥିଲେ I ଖବର ପାଇବା ପରେ ପରିବାର ପକ୍ଷରୁ ତାର ବଡ ଭାଇ କୁଶଲେଶ୍ୱର ସେଠ ପ୍ରଥମେ ନିକଟସ୍ଥ ମେଣ୍ଡା ଫାଣ୍ଡି ଅଧିକାରୀଙ୍କ ଠାରେ ମୋ ଭାଇ କୁ ହତ୍ୟା କରାଯାଇଛି ଓ ତାର ମୃତ ଦେହ ଆଣିବା ପାଇଁ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ ପାଇବା ପରେ ଫାଣ୍ଡି ଅଧିକାରୀ ଏସ ଆଇ ରବୀନ୍ଦ୍ର ସାହୁ ତରଭା ଆଇ ଆଇ ସି ଙ୍କ ନିର୍ଦ୍ଧେଶ କ୍ରମେ ତଦନ୍ତ ଆରମ୍ଭ କରି ଦେଇଥିଲେ I ଆଜି ଅପରାହ୍ନ ରେ ମୃତକ ଙ୍କ ପରିବାର ପକ୍ଷରୁ ବଡ ଭାଇ କୁଶଳେଶ୍ୱର ସେଠ, ସର୍ଜନ ସେଠ ଙ୍କ ସହ ଅନ୍ୟ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁଭେଟି ଦୁର୍ବୃତ୍ତ ମାନେ ତାଙ୍କ ଭାଇ କୁ ହତ୍ୟା କରି ଥିବା ଅଭିଯୋଗ କରିବା ସହ ତାଙ୍କ ମୃତ ଦେହ ପ୍ରଶାସନ ସହାୟତା ରେ ନିଜ ବାସ ଭବନ କୁ ଆଣିବା ପାଇଁ ଗୁହାରି କରିଥିଲେ I ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ମୃତଦେହ ଆଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସରକାରଙ୍କ ତରଫରୁ କେବଳ 15-20 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ କରାଯାଇପାରିବ l ଏଣୁ ଅଲଗା କିଛି ବ୍ୟବସ୍ଥା ମଧ୍ୟ କରିବାକୁ ପରାମର୍ଶ ଦେଇ ଥିଲେ l ମୃତକ ଙ୍କ ପରିବାର ବିପିଏଲ ଶ୍ରେଣୀ ର ଲୋକ I ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୃତ ଦେହ ନିଜ ଗାଁ କୁ ଆଣିବା ତାଙ୍କ ପାଖରେ ଆର୍ଥିକ ବଳ ନାହିଁ I ସେଠାରେ ମୃତ ବ୍ୟକ୍ତି ଙ୍କ ଶବ ବ୍ୟବଛେଦ ସରିଛି ଟଙ୍କା ଅଭାବ ରୁ ମୃତ ଦେହ ଆସି ପାରୁନାହିଁ I ବର୍ତ୍ତମାନ ପ୍ରଶାସନ ସହଯୋଗ ରେ ଧୂବଳେ ଶ୍ୱର ଙ୍କ ମୃତଦେହକୁ ତାମିଲନାଡୁ ରୁ ଘରକୁ ଅଣାଯିବାକୁ ସବୁ ଅଂଚଳରୁ ଦାବୀ ହେଉଛି l