-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
Lବଲାଙ୍ଗୀର:ଓଡିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା)ଓ ସମଗ୍ର ଶିକ୍ଷା ଅଭିଯାନ(ଏସଏସଏ )ବଲାଙ୍ଗୀର ତରଫରୁ ପୁଇଁତଲା ବ୍ଲକ ର ରାମଜୀ ହାଇସ୍କୁଲ କୁରୁଲ ଓ ରଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବର୍ଣ୍ଣlଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପୁଇଁତଲା ବିଇଓ ଲୋକନାଥ ସୁନା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟ ରେ କୁରୁଲ ହାଇସ୍କୁଲ ରେ ୩୬ଜଣ ଓ ଦ୍ଵିତୀୟ ପର୍ଯ୍ୟାୟ ରଣ୍ଡା ହାଇସ୍କୁଲ ରେ ୩୫ଜଣ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏବିଇଓ ନୀଳମଣି ପଣ୍ଡା ଓ ଲଛମନ ପଧାନ ଶିବିରର ତଦାରଖ କରିଥିଲେ l ସାଧନକର୍ମୀ ଅଞ୍ଜନ ସାଏ , ଶୈଳେନ୍ଦ୍ରି ପରିଡା, ଗୀତାଞ୍ଜଳି ରଥ ଓ ରଂଜିତ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଶେଷରେ ସମସ୍ତ ଶିବିରlର୍ଥି ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l