-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଓଡ଼ିଆ ପ୍ରବନ୍ଧ ସଂକଳନ ଭୂତି ଭକ୍ତି ବିଭୂତି ପାଇଁ ପୁରସ୍କାର ପାଇବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ମହେଶ୍ୱର ସୋରେନ ପାଇବେ ସାନ୍ତାଳୀ ଭାଷାର ପୁରସ୍କାର

18-Dec-2024



ନୂଆଦିଲ୍ଲୀ, ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଛି। ୨୧ଟି ଭାଷାରେ ଆଠଟି କବିତା ପୁସ୍ତକ, ତିନିଟି ଉପନ୍ୟାସ, ଦୁଇଟି କ୍ଷୁଦ୍ରଗଳ୍ପ ସଂକଳନ, ତିନିଟି ପ୍ରବନ୍ଧ ସଂକଳନ, ତିନିଟି ସମାଲୋଚନା ପୁସ୍ତକ ଏବଂ ଗୋଟିଏ ଲେଖାଏଁ ନାଟକ ଓ ଗବେଷଣାତ୍ମକ ପୁସ୍ତକ ପାଇଁ ଏଥର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଏଥର ଓଡ଼ିଆ ଭାଷାରେ ପ୍ରବନ୍ଧ ସଂକଳନ ‘ଭୂତି ଭକ୍ତି ବିଭୂତି’ ପାଇଁ ପୁରସ୍କାର ପାଇବେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ୧୯୩୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଫେସର ସାମଲଙ୍କ ଜନ୍ମ। ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱଭାରତୀ, ଶାନ୍ତିନିକେତନ ଆଦି ଶିକ୍ଷାନୁଷ୍ଠାନରେ ପ୍ରଫେସର ଭାବେ କାର୍ଯ୍ୟକରି ୨୦୦୪ ମସିହାରେ ସେ ଅବସର ଗ୍ରହଣ କରିଛନ୍ତି। ଉଚ୍ଚ ମୂଲ୍ୟବୋଧଭିତ୍ତିକ ପ୍ରବନ୍ଧ ଏବଂ ସମାଲୋଚନା ରଚନା କରି ସେ ଖ୍ୟାତି ଅର୍ଜନ କରିଛନ୍ତି। ‘ଓଡ଼ିଆ ସାହିତ୍ୟର ଇତିହାସ’, ‘ଓଡ଼ିଆ ଗଳ୍ପର ଇତିବୃତ୍ତ’, ‘ଓଡ଼ିଆ ଗଳ୍ପ : ଉନ୍ମେଷ ଓ ଉତ୍ତରଣ’, ‘ସମୀକ୍ଷାଲୋକ’, ‘ସମାଲୋଚନା: ସ୍ୱର ଓ ସ୍ୱାକ୍ଷର’ ଆଦି ପୁସ୍ତକ ରଚନା ସହିତ ସେ ଅନେକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ ସଂପାଦନା କରିଛନ୍ତି। ତାଙ୍କର ୧୬୦ ଖଣ୍ଡ ପୁସ୍ତକ ପ୍ରକାଶିତ। ଜଣେ ବଣା ବାଟୋଇର କାହାଣୀ ହେଉଛି ତାଙ୍କର ଆତ୍ମଜୀବନୀ ପୁସ୍ତକ। ଏହା ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରତ୍ୟେକ ଭାଷା ପାଇଁ ଗଠିତ ବିଚାରକ ମଣ୍ଡଳୀର ନିଷ୍ପତ୍ତି ଅନୁସାରେ ଏହା ଚୂଡ଼ାନ୍ତ ହୋଇଥିଲା। ୨୦୨୪ ମସିହାର ପୁରସ୍କାର ପାଇଁ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡିକୁ ବିଚାରକୁ ନିଆଯାଇଥିଲା। ଏଥର ଓଡ଼ିଆ ଭାଷାର ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଥିଲେ ତିନି ବରିଷ୍ଠ ସାହିତି୍ୟକ ଶାନ୍ତନୁ କୁମାର ଆଚାର୍ଯ୍ୟ, ଦେବଦାସ ଛୋଟରାୟ ଏବଂ ପାରମିତା ଶତପଥୀ। ଆଜିର ପୁରସ୍କାର ଘୋଷଣା ସମୟରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ ଉପସ୍ଥିତ ଥିଲେ। ପୁରସ୍କାର ଘୋଷଣା ପରେ ପ୍ରଫେସର ସାମଲଙ୍କୁ ବହୁ ଲେଖକ ଲେଖିକା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି  ନାଟ୍ୟ ପୁସ୍ତକ ‘ସେଚେଦ ସାୱନ୍ତା ରେନ ଅନ୍ଧା ମାନମି’ ପାଇଁ ଓଡ଼ିଶାର ମହେଶ୍ୱର ସୋରେନ ସାନ୍ତାଳୀ ଭାଷାର ପୁରସ୍କାର ଲାଭ କରିବେ।    
ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଅନ୍ୟ ଭାଷାର ଲେଖକ ହେଉଛନ୍ତି ସମୀର ତନ୍ତୀ (ଅସମିୟା), ଅରୁନ ରାଜା (ବୋଡ଼ୋ), ଇ. କିରେ (ଇଂରାଜୀ), ଦିଲୀପ ଜାଭେରୀ (ଗୁଜୁରାଟୀ), ଗଗନ ଗିଲ (ହିନ୍ଦୀ), କେ. ଭି. ନାରାୟଣ (କନ୍ନଡ଼), ସୋହନ କାଉଲ (କାଶ୍ମିରୀ), ମୁକେଶ ଥାଲି (କୋଙ୍କଣୀ), ମହେନ୍ଦ୍ର ମଲଙ୍ଗିଆ (ମୈଥିଳି), କେ. ଜୟକୁମାର (ମାଲୟାଲମ), ହାଓବାମ ସତ୍ୟବତୀ ଦେବୀ (ମଣିପୁରୀ), ସୁଧିର ରସାଲ (ମରାଠୀ), ଯୁବା ବରାଲ (ନେପାଳୀ), ପାଲ କୌର (ପଞ୍ଜାବୀ), ମୁକୁଟ ମଣିରାଜ (ରାଜସ୍ଥାନୀ), ଦୀପକ କୂମାର ଶର୍ମା (ସଂସ୍କୃତ), ହୁନ୍ଦରାଜ ବଲୱାନୀ (ସିନ୍ଧି), ଏ.ଆର. ଭେଙ୍କଟଚଲପତି ଏବଂ ପେନୁଗୋଣ୍ଡା ଲକ୍ଷ୍ମୀନାରାୟଣ (ତେଲୁଗୁ)। ବଙ୍ଗଳା, ଡୋଗ୍ରୀ ଏବଂ ଉର୍ଦୁ ଭାଷାର ପୁରସ୍କାର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତ୍ୟେକ ପୁରସ୍କାର ପ୍ରାପକଙ୍କୁ ପୁରସ୍କାର ସ୍ୱରୂପ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ୮ ମାର୍ଚ୍ଚ ୨୦୨୫ରେ ନୂଆଦିଲ୍ଲୀରେ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like