-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଜଡ଼ାମୁଣ୍ଡା ବାସିନ୍ଦା ଜିବନଜ୍ୟୋତି ବାଗ୍ ଓ ମାତା ବି ନିବେଦିତା ଙ୍କ ଝିଅ ବି.ଇଫ୍ରାତ ଜୋଏଲ୍ ମିସ୍ ଲିଟିଲ୍ ଇଣ୍ଡିଆ ଭାବେ ସମ୍ମାନିତ ହୋଇଥିବା ଖବର ଅଞ୍ଚଳ ରେ ଖୁସିର ଲହରି ଖେଳିଯାଇଛି l ବୁଧବାର ସେ ନିଜ ଗ୍ରାମକୁ ଫେରିଛନ୍ତି l ସୂଚନା ମୁତାବକ ନଭେମ୍ବର ୧୦ ତାରିଖ ଭୁବନେଶ୍ୱର ଠାରେ ଗ୍ଲୋବାଲ ମୋଡେଲ ଇଣ୍ଡିଆ ତରଫରୁ ଅଡିସନ କରାଯାଇଥିଲା।ସେଥିରେ ଇଫ୍ରାତ୍ ପ୍ରଥମ ସ୍ଥାନ ଅଧିକାର କରି ମହାରାଷ୍ଟ୍ରର ପୁନେ ସ୍ଥିତ ଏଲୋରା ସିଟି ମଲ୍ ରେ ଜାତୀୟ ସ୍ଥର ପ୍ରତିଯୋଗିତା ରେ ଓଡ଼ିଆ ରୁ ପ୍ରତିନିଧିତ୍ଵ କରିଥିଲେ l ସର୍ବ ଭାରତୀୟ ସ୍ତରରେ ମୋଟ୍ ୨୯ ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ଇଫ୍ରାତ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଆସନ୍ତା ଫେବ୍ରୁଆରୀ ମାସରେ ନେପାଳ ର କାଠମାଣ୍ଡୁ ଠାରେ ହେବାକୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ରେ ଇଫ୍ରାତ୍ ଭାରତରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବା ତାଙ୍କ ବାପା ଜିବନଜ୍ୟୋତି ସୂଚନା ଦେଇଛନ୍ତି l ପ୍ରକାଶ ଯେ ଇଫ୍ରାତ୍ ଝାରମୁଣ୍ଡା ସ୍ଥିତ ବେଥାନି କନ୍ଭେ୍ଣ୍ଟ ସ୍କୁଲ ର ଚତୁର୍ଥ ଶ୍ରେଣୀ ଛାତ୍ରୀ l ଏହି ସଫଳତା ଖବର ଶୁଣି ବନ୍ଧୁ ପରିଜନ ମାନଙ୍କଠାରୁ ଶୁଭେଚ୍ଛା ର ସୁଅ ଛୁଟିଛି l