-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ବଲାଙ୍ଗୀର,୧୮ା୧୨-ଆସନ୍ତା ୨୦୨୫ ମସିହା ଜାନୁୟାରୀ ୫ ତାରିଖଠାରୁ ୯ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର କୋସଲକଳାମଣ୍ଡଳ ପଡିଆଠାରେ ୧୬ତମ ସର୍ବଭାରତୀୟ ମଠଖାଈ ନାଟ୍ୟମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ମହୋତ୍ସବର ପ୍ରଚାରପ୍ରସାର କମିଟିର ଏକ ବୈଠକବସି ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ପ୍ରଚାରପ୍ରସାର କମିଟିର ମୁଖ୍ୟ ଧର୍ମେନ୍ଦ୍ରପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ବୈଠକରେ ମହୋତ୍ସବର କାର୍ଯ୍ୟକ୍ରମ ଓ ଯୋଗଦେବାକୁ ଥିବା ଅତିଥିଗଣଙ୍କ ବିଷୟରେ ସୂଚନା ଦିଆଯାଇଥିଲା । ୫ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜନେତାଙ୍କ ମଧ୍ୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ଭାଷା,ସାହିତ୍ୟ ଓ ସଂସ୍କୃତିବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ସୋନପୁର ବିଧାୟକ ନୀରଞ୍ଜନ ପୂଜାହାରୀ,କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ,ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ଧରୀତ୍ରୀର ସଂପାଦକ ତଥାଗତ ଶତପଥି,ପ୍ରମେୟର ଗ୍ରୁପଏଡିଟର ଗୋପାଳକୃଷ୍ଣ ମହାପାତ୍ର,ସମ୍ବାଦର ବାର୍ତ୍ତାସଂପାଦକ ଭବାନୀଶଙ୍କର ତ୍ରୀପାଠୀ ଓ ପ୍ରଗତିବାଦୀ ଖବରକାଗଜର କାର୍ଯ୍ୟନିର୍ବାହୀସଂପାଦକ ବିରୁପାକ୍ଷ ତ୍ରୀପାଠୀ ଯୋଗଦେବାକୁ ସ୍ୱୀକୃତୀ ପ୍ରଦାନ କରିଥିବା ସୂଚନା ଦିଆଯାଇଛି । ପ୍ରତ୍ୟେକଦିନ ଜଣେ ଜଣେ ବର୍ଷିୟାନ କଳାକାରଙ୍କୁ ମଧ୍ୟ ଅତିଥି କରାଯିବ । ଉଦଘାଟନୀଦିବସରେ ପଥୋତ୍ସବ କରାଯିବା ସହିତ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକସଭା,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଓ ଶେଷରେ ନାଟକ ପ୍ରଦର୍ଶିତ ହେବ ବୋଲି କମିଟିର ଧର୍ମେନ୍ଦ୍ର ନନ୍ଦ ସୂଚନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଆୟୋଜକ ଭୂମିକା ସାଂସ୍କୃତିକ ଅନୁଷ୍ଠାନର ଡ.ପ୍ରକାଶ ଦାସ,ରୂଦ୍ରଦେବ ପଧାନ,ବୀରେନ୍ଦ୍ରକୁମାର ବନଛୋର,ଶିରୀଶଚନ୍ଦ୍ର ହୋତା,ଶିବକୁମାର ମେହେର,ମୁକେଶ ବହିଦାର ପ୍ରମୁଖଙ୍କ ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।