-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ମାରୱାଡି ଯୁବମାଞ୍ଚ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ସ୍ଥିତ ଅଗ୍ରେସନ ଭବନ ଠାରେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଓ ଲୋଇସିଂହା ମାରୱାଡି ଯୁବାମାଞ୍ଚ ର ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିର ରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ, ଲୋଇସିଂହା ବ୍ଲକ ବିଜେଡି ସଭାପତି ହୃଦାନନ୍ଦ ବେହେରା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ, ବାଦୀବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ରକ୍ତଦାତା
ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଆଜିର ରକ୍ତଦାନ ଶିବିର ରେ ୧୧୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହାକୁ ମାରୱାଡି ଯୁବମାଞ୍ଚ ର ସଭାପତି ସୌରଭ ଅଗ୍ରୱାଲ, ସମ୍ପାଦକ ଅଭିଷେକ ଅଗ୍ରୱାଲ, କନଭେନର ବିକାଶ ଅଗ୍ରୱାଲ ସହ ମୋହନ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l