-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହର ର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷର କଳା ଛାତ୍ରୀ ସାଙ୍କେତିକା ପଣ୍ଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ରେ ଔପଚାରିକ ବକୃତା (ଇଂରାଜୀ) ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହା ଦ୍ଵାରା ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା, ଅଧ୍ୟାପିକା, ଅଧ୍ୟାପକ, ଏଵଂ ଛାତ୍ର ଛାତ୍ରୀ ମହଲରେ ଉତ୍ସାହ ଖେଳି ଯାଇଛି ଏବଂ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାଙ୍କେତିକା ଜଣେ ଉଚ୍ଚ କୋଟୀର କଣ୍ଠ ଶିଳ୍ପୀ। ସେ ସରୋଜ କୁମାର ପଣ୍ଡା ଏଵଂ ଝରଣା ପଣ୍ଡା ଙ୍କର ଜ୍ୟେଷ୍ଠା କନ୍ୟା ହୋଇଥିବା ବେଳେ ଉଭୟେ ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛନ୍ତି।