-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁଞ୍ଜିପଥର ଠାରେ ବ୍ଲକ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୁଡ଼ାମଣି ବଢେଇ ଙ୍କ ସଭାପତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ଚେୟାରମେନ ଶ୍ରୀମାନ ପାରେଶ୍ୱର ସାହୁ, ସମ୍ମାନୀତ ଅତିଥି ଭାବେ ସରୋଜ ବିଶ୍ୱାଳ ଏବଂ ଓଷ୍ଟାର ସଦସ୍ୟ ରମାକାନ୍ତ ପୃଷ୍ଟି ଯୋଗଦାନ କରି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ସଭା ପ୍ରାରମ୍ଭରେ ଅତିଥି ଗଣ ଭକ୍ତିର ସହ ଠାକୁରଙ୍କ ଠାରେ ଦୀପପ୍ରଜ୍ୱଳନ କରିଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା।ଆୟୋଜିତ ସଭାକୁ ଦେବରାଜ ସାହୁ ସଂଚାଳନ କରିଥିବାବେଳେ, ସୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତର୍କ,କଣ୍ଠ ସଂଗୀତ , ଚିତ୍ରାଙ୍କନ, ଆବୃତ୍ତି,ଗଳ୍ପ ଲିଖନ , କବିତା ରଚନା,ଏକକ ଅଭିନୟ,ଏକକ ନୃତ୍ୟ, ସାଧାରଣ ଜ୍ଞାନ,କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବ୍ଲକ ଅଞ୍ଚଳରେ ଯାଉଥିବା ସମସ୍ତ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋତିରାମ ସାହୁ ଯୋଗଦାନ କରିଥିଲେ।
ସମ୍ମାନୀତ ଅତିଥି ଭାବେ ରାଜ୍ୟ ସହ ସମ୍ପାଦକ ଆଶୁତୋଷ ରଥ, ବରଗଡ଼ ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ସମିତି ସଭ୍ୟ ସୁଶିଲ ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସାହୁ, ପୂର୍ବତନ ସମ୍ପାଦକ ମଧୁସୂଦନ ସାହୁ, ପ୍ରଧାନ ଶିକ୍ଷକ ଚୁଡ଼ାମଣି ବଢେଇ,ବ୍ଲକ ସମ୍ପାଦକ ଦେବରାଜ ସାହୁ ଯୋଗଦାନ କରିଥିବା ବେଳେ, ଉଦଯାପନୀ ମଞ୍ଚ ପରିଚାଳନା କରିଥିଲେ କୃଷ୍ଣ ଚନ୍ଦ୍ର ନାଏକ। ଶେଷରେ ଗଜାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ଅଜିତ ସାହୁ ଏବଂ ମଧୁସୁଦନ ସାହୁଙ୍କୁ ମୁଖ୍ୟ ଅତିଥି ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏଇ ମେଳାରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶିକ୍ଷକ ମହଲରୁ ପ୍ରକାଶ।