-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ରୁପ୍ରା ରୋଡ ରେଲ ଷ୍ଟେସନ ଠାରେ ଆଜିର ସକାଳ ଛଅ ଘଣ୍ଟା ସମୟ ରେ ଏକ ମାଲ ବୋଝେଇ ଟ୍ରେନ ର ଏକ ବଗି ନିଆଁ ଲାଗିଥିବା କାର୍ଯ୍ୟରତ ରେଲ ବିଭାଗ କର୍ମଚାରୀ ଧନମତ ବାଗ ଦେଖିବାକୁ ପାଇ ଷ୍ଟେସନ ମାଷ୍ଟର ତ୍ରିଲୋଚନ ସାହୁ ଙ୍କୁ ଖବର ଦେଇଥିଲେ ତୁରନ୍ତ ନର୍ଲା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଷ୍ଟେସନ ମ୍ୟାନେଜେର ଧ୍ୟାବେଳେଶ୍ବର ମାଝୀ ସୂଚନା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ମାଲ ବୋଝେଇ ଟ୍ରେନ ଟି ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା।ଖବର ଲେଖା ପର୍ଯ୍ୟନ୍ତ କେଉଁ କାରଣରୁ ବଗି ରେ ନିଆଁ ଲାଗିଥିଲା ତାର କାରଣ ସ୍ପଷ୍ଟ ହୋଇନାହିଁ