-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2024
ବରଗଡ଼/ଅତାବିରା(ଆକାଶ ମିଶ୍ର): ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼- ସମ୍ବଲପୁର ୱେ ରେ ଥିବା ଗୋଡ଼ଭଗା ଏସ ବି ଆଇ ଏଟିଏମ କାଉଣ୍ଟର କୁ ନଭେମ୍ବର ୧୯ ତାରିଖ ଦିନ ଟଙ୍କା କାଢ଼ିବା ପାଇଁ ନିଲେଇ ପାଲି ଗ୍ରାମର ହିତାଧିକାରୀ ମୁକୁନ୍ଦ ସାହୁ ଆସିଥିଲେ। ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୁତ୍ତ ନିଜକୁ ସାଧୁ ସାଜି ଏଟିଏମ କାଢୁଥିବା ହିତାଧିକାରୀ ଙ୍କୁ ସହଯୋଗ ର ବାହାନା ନେଇ ଉକ୍ତ ଏଟିଏମ ରୁ ୧ହଜାର ଟଙ୍କା କାଢି ବୃଦ୍ଧା ହିତାଧିକାରୀଙ୍କୁ ତୁମ ଏଟି ଏମ ନିଅ କହି ନକଲି ଏ ଟି ଏମ୍ ଦେଇ ଅସଲି କୁ ନେଇ ଦୁର୍ବୁତ୍ତ ଚମ୍ପଟ ମାରିଥିଲା।କିଛି ଦିନ ପରେ ହିତାଧିକାରୀ ନିଜ ପାସ ବୁକ କୁ ଅପଡେଡ କରିବା ପାଇଁ ଯାଇ ଦେଖିବା ମାତ୍ରେ ବୈଜାମୁଣ୍ଡା ଏଟିଏମ ରୁ ୨୬ ହଜାର ଓ ସମ୍ବଲପୁର ଏଟି ଏମ ରୁ ୯ଶହ ଟଙ୍କା ମୋଟ ୨୬ହଜାର ୯ଶହ ଟଙ୍କା ନିଜ ଏଟିଏମ ରୁ ଉଠାଣ ହୋଇଥିବା ଜଣାପଡିଥିଲା।ଏନେଇ ବ୍ୟାଙ୍କ ରେ ପଚରାଉଚୁରା କରିବା ସହ ଗୋଡ଼ଭଗା ଫାଣ୍ଡି କୁ ଲିଖିତ ଭାବେ ଜଣାଇବା ପାଇଁ ଯାଇଥିଲେ।କିନ୍ତୁ ପୋଲିସ ବାବୁ ଜଣକ ଇଏ ଆମ କାମ ନୁହଁ,ବ୍ୟାଙ୍କ କୁ ଯାଅ, ଆମେ କଣ କରିବୁ ବୋଲି କହିବାରୁ ହିତାଧିକାରୀ ଜଣକ ନିରୁପାୟ ହୋଇ ଚାଲିଆସି ବିଭିନ୍ନ ଲୋକଙ୍କ କହିବା ଅନୁଯାୟୀ ଅତାବିରା ଥାନା ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ହୋଇ ନଥିବାରୁ ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି।ଏହା ବ୍ୟତୀତ କୌଣସି ସୂତ୍ରରୁ ହିତାଧିକାରୀ ଖବର ପାଇ ଟଙ୍କା କାଡିବା ଓ ଦୁର୍ବୁତ୍ତ ନକଲି ଦେଇ ଅସଲି ଏଟିଏମ ନେଇ ଏକ କାର ଯୋଗେ ଚମ୍ପଟ ମାରୁଥିବା ଦୃଶ୍ୟ ସିସି କ୍ୟାମେରା ରେ କଏଦ ହୋଇଥିବା ପ୍ରକାଶ କରିଥିଲେ।