-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
ବଲାଙ୍ଗିର: ସ୍ଥାନୀୟ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟରେ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ୨୦୨୪ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଶତଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, କଲେଜର ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଡ. ମନସ୍ମିତା ମିଶ୍ରଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ମୁଖ୍ୟ ଅତିଥି ଗୋପାଳଜୀ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ସରକାର କ୍ରୀଡା ପ୍ରେମୀମାନଙ୍କ ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରୁଛନ୍ତି ବୋଲି କହିଥିଲେ। କ୍ରୀଡା ଏବଂ ସନ୍ତରଣ ଖେଳ ପ୍ରତିଯୋଗିତା ଭଳି
କାର୍ଯ୍ୟକଳାପ ସାମଗ୍ରିକ ବିକାଶ ପାଇଁ ଉତ୍କୃଷ୍ଟ, ବିଶେଷକରି ଯୁବତୀମାନଙ୍କ ପାଇଁ ବିଶେଷ ପ୍ରଜୁଯ୍ୟ ବୋଲି ଗୁରୁତ୍ୱାରୋପ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଶlରିରୀକ ନିରୀକ୍ଷକ ସୁନିଲ୍ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଭୂୟଶୀ ପ୍ରଶଂସା କରିଥିଲେ। ଖେଳ ଶିକ୍ଷକ ନିରୋଜ ମିଶ୍ର ଓ ପ୍ରିୟବତ୍ତ ସତପଥିଙ୍କ ସହିତ ଆନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମିଳିତ ପ୍ରୟାସ ଓ ନେତୃତ୍ୱରେ ପ୍ରତିଯୋଗିତାଗୁଡ଼ିକ ଶୃଙ୍ଖଳାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରାମର୍ଶଦାତା ମନୋରଞ୍ଜନ ସାହୁ ଏବଂ କଲେଜର ପୂର୍ବତନ ଅଧ୍ୟକ୍ଷ ପୀତବାସ ପଣ୍ଡାଙ୍କ ସକ୍ରିୟ ଉପସ୍ଥିତି
ଦେଖିବାକୁ ମିଳିଥିଲା, ଯେଉଁମାନେକି ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ ସହିତ ଚଳିତ ବର୍ଷର ପ୍ରତିଯୋଗିତାରେ ଆଶିଷ ପାତ୍ର (+୩) ବାଳକ ଚାମ୍ପିଅନ୍ ଓ ନିହାରିକା (+୩) ଙ୍କୁ ବାଳିକା ଚାମ୍ପିଅନ୍ ଭାବରେ ପୁରଷ୍କୃତ କରିଥିଲେ। ସୋମ୍ୟରଞ୍ଜନ ଭୋଇ ସଂଯୋଜନା କରିଥିବା ବେଳେ ଦୀପ୍ତିରେଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।