-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ୭,୧୨,୧୩,୧୪, ବଲାଙ୍ଗୀର ସଦର ବ୍ଲକ ଚନ୍ଦନଭାଟି, ଦେଓଗାଁ ବ୍ଲକ କୁତୁର୍ଲା, ସିଂହମୁଣ୍ଡା, ଖପ୍ରାଖୋଲ ବ୍ଳକ ଘୁନସର, ମାଲପଡା, ପୁଇଁନ୍ତଲା ବ୍ଲକ ଭାଲପଦର, ଟିଟିଲାଗଡ ପୌରପାଳିକା ଓ୍ବାର୍ଡ ନଂ ୨ ରୁ ଜଣେ ଲେଖାଏଁ ଓ ତୁରେକେଲା ବ୍ଲକ ତୁରେକେଲା, ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ରୁ ୨ ଜଣ ଲେଖାଏଁ, ଓ ଦେଓଗାଁ ବ୍ଲକ ବଡବନ୍ଦ ରୁ ୩ ଜଣ ଓ ବଲାଙ୍ଗୀର ପୌରପାଳିକା ଓ୍ବାର୍ଡ ନଂ ୨ ରୁ ୬ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୮୬୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୧ ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ ୮୪୯୨ ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ।