-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

09-Jan-2021



 ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)-  ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କର ବୈଠକ, ସାଥୀ ଶ୍ରୀ ସତ୍ୟନାରାୟଣ ମିଶ୍ର, ସଭାପତି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ର ୧୭ଟି ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ଥିବା ୬୦ ରୁ ଉର୍ଦ୍ଧ୍ୱ ସଂଘର କର୍ମକର୍ତା ଏହି ସଭାରେ ଅଂଶଗ୍ରହଣ କରିଥିଲେ ।
        ସଭାର ଆରମ୍ଭରେ ସଂଘର ସଭ୍ୟବୃନ୍ଦ, ଯେଉଁମାନେ ଏ ସମୟ ଭିତରେ ଇହଲୀଳା ସମ୍ବରଣ କରିଛନ୍ତି, ଦେଶ ଓ ଦେଶ ବାହାରେ କୋଭିଡ ରେ ପ୍ରାଣ ହରାଇଛନ୍ତି କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ତଥା ସୀମା ସୁରକ୍ଷା ତଥା ଆନ୍ତର୍ଘାତିକ କାର୍ଯ୍ୟ ରେ ପ୍ରାଣତ୍ୟାଗ କରିଛନ୍ତି, ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନୀରବ ପ୍ରାର୍ଥନା ପରେ ସଭାପତି ସାଥୀ ଶ୍ରୀ ସତ୍ୟନାରାୟଣ ମିଶ୍ର ଆଜିର ସଭାରେ ଦିନଚର୍ଯ୍ୟା ଉପସ୍ଥାପନା କରି ସାଧାରଣ ସଂପାଦକ ଶ୍ରୀ ପୁଲିନ୍ ମିଶ୍ରଙ୍କୁ ସଭାକାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇ   ଥିଲେ ।      ସାଥୀ ଶ୍ରୀ ପୁଲିନ୍ ମିଶ୍ର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ନୂତନ ବର୍ଷର ଅଭିନନ୍ଦନ ଦେବା ସଙ୍ଗେ ସଙ୍ଗେ ଆଜିର ସଭାର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ସର୍ବପ୍ରଥମେ ସାଥୀ କ୍ରୋଟା ଭୁବନେଶ୍ୱର ରାଓ, ସାଥୀ ଅକ୍ଷୟ କୁମାର ବେଦବାକ୍‌, ସାଥୀ ରାଜୁ ଦାଶ ଓ ସାଥୀ ମହତାବ ଖାନ ଙ୍କ ଅଫିସର ସ୍ତରକୁ ପଦୋନ୍ନତି ପାଇଥିବା ଯୋଗୁଁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସାଥୀ ଶ୍ରୀ ପୁଲିନ୍ ମିଶ୍ର ବର୍ତମାନ ର ସ୍ଥିତି, ବ୍ୟାଙ୍କ କର୍ତୃପକ୍ଷ ଙ୍କ ଖାମ୍ ଖିଆଲି ମନୋଭାବ ଓ ଆଗମୀ ଦିନରେ ସଂଘର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଯଦି ବ୍ୟାଙ୍କ କର୍ତୃପକ୍ଷ ଆଗମୀ ଦିନରେ ତାଙ୍କର ମନୋଭାବ ରେ ପରିବର୍ତନ କରି ସଂଘର ନିମ୍ନଲିଖିତ ୫ ଦଫା ଦାବୀ ୧. ସାଥୀ ଶ୍ରୀ ହୃଶିକେଶ ପାତ୍ର ଙ୍କ ନିଃସର୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର, ୨. ୧୯୮୨ ଅନୁକମ୍ପା ଭିତିକ ନିୟମ ଅନୁଯାୟୀ ୪ଗୋଟି ବାକୀ ଥିବା ନିଯୁକ୍ତି ୩. ନିଯୁକ୍ତି ତାରିଖ ଠାରୁ ସ୍ଥାୟୀ କର୍ମଚାରୀ ମାନ୍ୟତା ୪. ସମସ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ଅସ୍ଥାୟୀ ବ୍ୟାଙ୍କ କର୍ମଚାରୀ ମାନ୍ୟତା ୫. ସମସ୍ତଙ୍କୁ ସିଙ୍ଗଲ ୱିନଡୋ ଅପରେଟର ବି ଭତା ପ୍ରଦାନ ଉପରେ ସକାରାତ୍ମକ ମନୋଭାବ ପୋଷଣ କରି ଦାବୀ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଶ୍ରମ ଆୟୁକ୍ତଙ୍କ ରିପୋର୍ଟ ପରେ ପରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରି ସମଗ୍ର ୧୭ଟି ଜିଲ୍ଲାରେ କାର୍ଯ୍ୟରତ ୪୪୫ ଟି ଶାଖାକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ । ତଥା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ସଂଘର ସାଧାରଣ ସଂପାଦକ, ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟବୃନ୍ଦ ବସିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
        ବ୍ୟାଙ୍କ କର୍ତୃପକ୍ଷ ଓ ପ୍ରାୟୋଜିତ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପ କୁ ବିରୋଧ କରାଯାଇଥିଲା । ସରକାରଙ୍କ ପ୍ରାୟୋଜିତ ନୀତି ନିୟମକୁ ଉଲ୍ଲଙ୍ଘନ କରି ପ୍ରାୟୋଜିତ ବ୍ୟାଙ୍କ କର୍ମଚାରୀ ଚୟନ ଓ ପଦୋନ୍ନତି ନିୟମ କୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ମୁଖ୍ୟତଃ ଷ୍ଟେଟ ବ୍ୟାଙ୍କ ପ୍ରାୟୋଜିତ ବ୍ୟାଙ୍କରେ ଏହି ଧାରା ପ୍ରଚଳିତ ଥିବାରୁ, ଷ୍ଟେଟ ବ୍ୟାଙ୍କ ପ୍ରାୟୋଜିତ ବ୍ୟାଙ୍କ ସମନ୍ୱିତ ସଂଘର ସବୁ କାର୍ଯ୍ୟକ୍ରମ କୁ ସଫଳ ରୂପରେଖ ଦେବାପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି ।
        କାର୍ଯ୍ୟକାରିଣୀ ବୈଠକ ରେ ସଭାପତି ସାଥୀ ଶ୍ରୀ ସତ୍ୟ ନାରାୟଣ ମିଶ୍ର ଓ କୋର କମିଟୀ ସଦସ୍ୟ ବୃନ୍ଦ, ଶ୍ରୀ ପୁଲିନ୍ ମିଶ୍ର ଙ୍କୁ ଦିଆଯାଇଥିବା ଆର୍ଥିକ ସାହାଯ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସଭାପତି ଶ୍ରୀ ମିଶ୍ରଙ୍କ ସମୟୋପଯୋଗୀ ନିଷ୍ପତି କୁ ଅନୁମୋଦନ କରାଯାଇଛି । ବୈଠକରେ ବର୍ତମାନ କିଛି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋଚିତ୍ରରେ  କିଛି ଲୋକ ସାଧାରଣ ସଂପାଦକ ଶ୍ରୀ  ମିଶ୍ରଙ୍କ ଭାବମୁର୍ତ୍ତୀକୁ ଧୁମିଳ କରିବା  ଉଦ୍ଦେଶ୍ୟରେ ଏସବୁକୁ ସାଧାରଣ କରିଥିବା ବୈଠକରେ କୁହାଯାଇଛି । ସେହ ିବ୍ୟକ୍ତି ମାନେ ବିଗତ ଦିନରେ  ବଲାଙ୍ଗିର ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଥିବା ସମୟରୁ ତାଙ୍କ ନେତୃତ୍ୱ କୁ ବିରୋଧ କରିଆସୁଥିଲେ ଓ ସଂଘ କୁ ବିଭାଜିତ କରିବାକୁ ଚେଷ୍ଟା କରୁଥିଲେ, ବର୍ତମାନ ଆର୍ଥିକ ଅନିୟମିତତା ର ଅଭିଯୋଗ ଆଣି କର୍ମଚାରୀ ମାନଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରି ସଂଘକୁ ଦୁର୍ବଳ କରିବା ପାଇଁ ପ୍ରଚେଷ୍ଟା ଚଳାଇ ଆସୁଛନ୍ତି । ସଂଘର ସମସ୍ତ କର୍ମକର୍ତା ଏପରି ଅପପ୍ରଚାର ବିରୁଦ୍ଧରେ ସ୍ୱର ଉତ୍‌ତୋଳନ କରିବାକୁ ନିଷ୍ପତି ଗ୍ରହଣ କରିବା ସହ ସଂଘର ସବୁ ପ୍ରାବଧାନ ସତ୍ୱେ ଯେଉଁମାନେ ଏପରି ଅପପ୍ରଚାର ରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପାଦକ ଶ୍ରୀ ପୁଲିନ୍ ମିଶ୍ର ଙ୍କୁ ଅଧିକାର ପ୍ରଦାନ କରାଗଲା ।ଶେଷରେ ସଂଘର କାର୍ଯ୍ୟାଳୟ ସଂପାଦକ ଶ୍ରୀ ଅଭିଜିତ ଗଡତିଆ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରାଗଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like