-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
11-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା Quizabled ୨୯୨୪ ରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ତର୍ଗତ ମାନସିକ ଦିବ୍ୟାଙ୍ଗ ଛାତ୍ର ପୁରସ୍କୃତ ।ଗତ ତା. ୦୭/୧୨/୨୪ ଶନିବାର ଦିନ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା Quizabled ୨୦୨୪ରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ତର୍ଗତ ବୌଧିକ ଅକ୍ଷମତା ସମ୍ପର୍ଣ୍ଣ ବିଦ୍ୟାଳୟର ଶ୍ରୀ ଶୁଭମ ମେହେର I. D. Junior group ରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବଢ଼ାଇ ଛନ୍ତି । ପ୍ରକାଶ ଥାଉକି, ଏହି ପ୍ରତିଯୋଗିତା zonal level ର ଥିଲା । ତିନୋଟି ରାଜ୍ୟ ଯଥା - ଓଡିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ର ଛାତ୍ର ଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶ୍ରୀ ମେହେରଙ୍କୁ ନଗଦ ପାଞ୍ଚ ହଜାର ଟଙ୍କା ସହ ଟ୍ରଫି, ପ୍ରମାଣପତ୍ର, Quizabled bag, ଇତ୍ୟାଦି ରେ ସମ୍ମାନିତ କରାଯାଇଥିଲା । ଗାଇଡ଼ ଶିକ୍ଷକ ଭାବରେ ସେହି ବିଭାଗର ପ୍ରଧାନ ଶିକ୍ଷକ ଶ୍ରୀ ମେଘନାଦ ସାହୁ ସାଙ୍ଗରେ ଗ୍ରସ୍ତ କରିଥିଲେ।