-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଆଗଲପୁର, (ପ୍ରେରଣା ଖବର) :ଜନ୍ମ ଓ ମୃତ୍ୟୁ ଧ୍ରୁବସତ୍ୟ; ହେଲେ ଏହାରି ଭିତରେ କିଛି ମହିଳା ଅଛନ୍ତି,ଯେଉଁମାନେ ବଞ୍ଚିବା ପାଇଁ ଜୀବନ ସହ ଜୁଝୁଛନ୍ତି, ବଞ୍ଚିବାପାଇଁ ରାହା ଖୋଜୁଛନ୍ତି,ଏପରି ଜଣେ ଅସହାୟ ମହିଳା ହେଲେ ନୁରା ସାହୁ l ତାଙ୍କର ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଆପେଆପେ ଆଖିରୁ ଲୁହବୋହି ଯାଉଛି l ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ )ପଞ୍ଚାୟତର କଣ୍ଠିପାଲି ଗ୍ରାମରେ ରହୁଛନ୍ତି ନୁରା ସାହୁ l ସେ ଅନ୍ୟ ରାଜ୍ୟରେ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ୱାମୀ ନିତିଦିନ ମଦପିଇ କରି ଆସି ମାଡ଼ ମାରୁଥିଲେ l ସ୍ୱାମୀକୁ ଛାଡି ସେ ପ୍ରାୟ 20 ବର୍ଷ ହୋଇଯିବ ନିଜ ଗ୍ରାମ କଣ୍ଠିପାଲିକୁ ଆସି ଏକାକି ରହୁଛନ୍ତି l ତାଙ୍କ ବାପା କପିଳ ସାହୁ ଓ ମାଁ ଫୁଲ ସାହୁ ମୃତ୍ୟୁବରଣ କରିସାରିଛନ୍ତି l ବର୍ତମାନ ସ୍ୱାମୀ ମୃତ କି ଜୀବିତ ସେ ବି ଜାଣିନାହାନ୍ତି l ସରକାର ଅସହାୟ ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ପ୍ରକୃତ ହିତାଧିକାରୀ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ନୁରା ସାହୁ l ତାର ଜ୍ୱଳନ୍ତ ଉଦାହରଣ ତାଙ୍କର ଗୋଟିଏ ରାସନ କାର୍ଡ ଅଛି ସେଥିରେ ସେ ୫ କେଜି ଚାଉଳ ପାଉଛନ୍ତି ଅନ୍ୟ ଯୋଜନା ଗୁଡିକ ତାଙ୍କ ପାଇଁ ସାତସପନ ହୋଇଯାଇଛି l ଗ୍ରାମର ଯିଏ ଜାହା ପୁରୁଣା ବସ୍ତ୍ରଗୁଡିକ ଦେଲେ ସେ ତାହା ପିନ୍ଧିଥାଆନ୍ତି l ୫ କେଜି ଚାଉଳ ସରିଗଲେ ସେ ଭୋକ ଉପାସରେ ଦିନ କାଟନ୍ତି କିଏଯଦି ଖାଇବାପାଇଁ ଦେଲେ ସେ ଖାଆନ୍ତି l ମାସକୁ ୩୫ କିଲୋ ଚାଉଳ, ଭତ୍ତା ଓ ଅନ୍ୟ ସୁବିଧା ସବୁ ଯୋଗାଇ ଦେବାପାଇଁ ଗ୍ରାମବାସି ଦାବି କରିଛନ୍ତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି l