-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
07-Dec-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭାଲିଆପଦର ଖେଳପଡିଆ ଠାରେ ୧୧ ତମ ମାଁ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଝାରକୁମୁଣ୍ଡା ଓ ନୁଆଁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରକୁମୁଣ୍ଡା ଦଳ ଅଧିକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟ କେନ୍ଦୁପାଲି ଓ ବଡ଼ଖମାର ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ବଡ଼ଖମାର ଦଳ ସାମୁହିକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। କ୍ୱାଟର ଫାଇନାଲରେ ବଡଖମାର ଓ ଝାରକୁମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିପୁଲ ରନ୍ ସଂଗ୍ରହ କରି ବଡ଼ଖମାର ଦଳ ସେମିଫାଇନାଲ କୁ ପ୍ରବେଶ କରିଥିଲା। ଉଦଘାଟନ ଉତ୍ସବର ସମାଜସେବୀ ନିରୋଦ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରାଜେଶ ମିଶ୍ର,ବିଜୟ ପ୍ରଧାନ,ରବି କର୍ଣ୍ଣ, ବାସୁଦେବ ହୋତା ଓ ପିତବାସ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ କରିଥିଲେ। ରାଜକୁମାର କର୍ଣ୍ଣ ଓ ଅରବିନ୍ଦ ଦେହୁରୀ ଖେଳ ପରିଚାଳନା କରିଥିଲେ। ଧୁମକେତୁ ମେହେର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ରାହୁଲ ଚାନ୍ଦ ସ୍କୋର ଦାଇତ୍ୱ ନିର୍ବାହ କରିଥିଲେ। କମିଟି ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।