-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
03-Dec-2024
ଡୁଙ୍ଗୁରିପାଲି, ତା.୩/୧୨: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ରାଜ୍ୟ ରେଡ କ୍ରସ ପ୍ରାୟୋଜିତ ରେଡ ରିବନ କ୍ଲବ ତରଫରୁ ବିଶ୍ଵ ଏଡ଼ସ ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ରାଜ୍ୟ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଏଡି ଇ ଓ ମଞ୍ଜୁଲତା ଭୋଇ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଗୋଟି ସ୍କୁଲରେ ଆଜିର ଦିନରେ ରେଡ ରିବନ୍ କ୍ଲବ ଖୋଲାଯାଇଛି ଓ ସ୍ୱେଚ୍ଛାସେବୀ ମାନେ ଏଡ଼ସ ସଚେତନତା ସୃଷ୍ଟିକରିବାକୁ ଯୋଜନା କରାଯାଇଛି ବୋଲି ମତପ୍ରକାଶ କରିଛନ୍ତି।ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଛାତ୍ରୀ ଶୁଭଶ୍ରୀ ଓ ସାଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜନନିକା, ଅର୍ଚ୍ଚିତା, ଲିପ୍ସା, ପୂଜାରାଣୀ ସୁଜିତ୍, କ୍ରିସ, ଝରଣା ପ୍ରଭୁତି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ବେଣୁଧର ଚୌଧୁରୀ, ଭୋଲାନାଥ ଛତର, ଆଲୁମିନି ସଦସ୍ୟ ଭାଗବତିଆ ରଣା, ଗଣେଶ୍ୱର ଷ।ଣ୍ଢ, ଗଜାନନ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କିଭଳି ଏଡ଼ସ ବର୍ତ୍ତମାନ ସମାଜକୁ କବଳିତ କରୁଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ।
ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ କିରଣ କୁମାର ପଟେଲ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯକ୍ରମ କୁ ବିଭୀଷଣ , ମୀନକେତନ, ସୁରଜ୍, ସମୀର ସହଯୋଗ କରିଥିଲେ।