-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
02-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ମଣିଷ ବଞ୍ଚିରହିବା ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଅପରିହାର୍ଯ୍ୟ।ସମଗ୍ର ବିଶ୍ବ ପାଇଁ ପରିବେଶ ପ୍ରଦୂଷଣ ଏକ ଚିନ୍ତାର ବିଷୟ ପାଲଟିଛି। ଏହାକୁ ଆଖି ଆଗରେ ରଖି ଏକ ସ୍ବଚ୍ଛ ଓ ନିର୍ମଳ ପରିବେଶ ସୃଷ୍ଟି କରିବା ନିମନ୍ତେ ବାଲ୍ୟାବସ୍ଥାରୁ ସଚେତନ କରିବା ଆଭିମୁଖ୍ୟ ନେଇ ବରଗଡ଼ ଜିଲ୍ଲା ସ୍ଥାନୀୟ ବାଳିକା ହାଇସ୍କୁଲରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ରାଷ୍ଟ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶାନ୍ତି ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଭୁକ୍ତା ଜନତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗ ଦେଇ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ହେବା ଦ୍ୱାରା ମାନବ ଜୀବନ କିପରି ପ୍ରଭାବିତ ହେଉଛି ସେ ସଂପର୍କିତ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷୟିତ୍ରୀ ଶ୍ରୀମତି ଅଞ୍ଜଳି ବିଶ୍ବାଳ ରାଷ୍ଟ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଲନାରେ ଶିକ୍ଷୟିତ୍ରୀ ମଧୁସ୍ମିତା କୁଜୁର ସହଯୋଗ କରିଥିବା ବେଳେ ଇକୋ କ୍ଲବ ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।