-+91-9937148622 |

prerana_bgr@rediffmail.com |

  Monday 27th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||      ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (26-Jul-2026)       ||      *୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   (26-Jul-2026)       ||      ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   (26-Jul-2026)       ||      ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   (26-Jul-2026)       ||      ଏ ଆଇ ଏଫ ଏଫ୍ ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା   (26-Jul-2026)       ||      ନିଟ୍ ବିବାଦ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା; ଜନ୍ତର୍ ମନ୍ତର୍ ଆନ୍ଦୋଳନ ପରେ ବଡ଼ ରାଜନୈତିକ ଘଟଣା   (25-Jul-2026)       ||      ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ   (25-Jul-2026)       ||      ବିଭିନ୍ନ ନିଗମ ଏବଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେତୁ, ଓଡ଼ିଶା ବିଜେପି ବିପଦରେ          (25-Jul-2026)       ||      ପ୍ରବଳ ଜନସମାଗମ ରେ ଅନୁଷ୍ଠିତ ହେଲା ଖର୍ଡ଼ା ବାହୁଡା ରଥଯାତ୍ରା   (25-Jul-2026)       ||      ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଉପଲକ୍ଷେ ଏଆଇଡିଏସଓର ଅଭିନନ୍ଦନ ସଭା|   (25-Jul-2026)       ||     

HOME   ଜିଲ୍ଲା

ରାସ୍ତା ଦୁର୍ଘଟଣାରେ ଆଇନଜୀବୀ ତଥା ପୂର୍ବତନ କାଉନସିଲର ଶେଷଦେବ ପାଣିଗ୍ରାହୀଙ୍କ ପରଲୋକ

30-Nov-2024



ବଲାଙ୍ଗୀର, ରାସ୍ତା ଦୁର୍ଘଟଣାରେ ଆଇନଜୀବୀ ତଥା ବଲାଙ୍ଗୀର ମୁନିସିପାଲିଟି ର ପୂର୍ବତନ କାଉନସିଲର ଶେଷଦେବ ପାଣିଗ୍ରାହୀ ଙ୍କ ଆକସ୍ମିକ ପରଲୋକ ହୋଇ ଯାଇଛି l ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସମୟରେ ରେ ଶ୍ରୀ ପାଣିଗ୍ରାହୀ କୌଣସି ଏକ କାମରେ ଗାନ୍ଧୀନଗର ପଡାରୁ ନିଜ ଘରକୁ ଫେରୁଥିବା ବେଳେ ଗାନ୍ଧୀନଗର ପଡା  ଗାନ୍ଧୀ ପ୍ରତିମୂର୍ତ୍ତୀ ପାଖ ବୁଲାଣିରେ ଏକ ବୁଲା କୁକୁରକୁ ବଞ୍ଚାଇବାକୁ ଯାଇ ସାମନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ l ଦୁର୍ଘଟଣାରେ ଶେଷଦେବଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  l ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଶ୍ରୀ ପାଣିଗ୍ରାହୀଙ୍କୁ ବରଗଡ଼ ବିକାଶ ହସ୍ପିଟାଲରେ ଭର୍ତି କରାଯାଇଥିଲା l ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ସମୟରେ ଶ୍ରୀ ପାଣିଗ୍ରାହୀଙ୍କୁ ୫୫ବର୍ଷ ହେଉଥିଲା l ବଲାଙ୍ଗୀର ରାଧାରାଣୀପଡା ବାସିନ୍ଦା ଶ୍ରୀ ପାଣିଗ୍ରାହୀଙ୍କ ପରିବାରରେ ତାଙ୍କର ଧର୍ମପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ 

ରହିଛନ୍ତି l ଶ୍ରୀ ପାଣିଗ୍ରାହୀ ଜଣେ ମେଳାପୀ, ସୁସଂଗଠକ ଓ କର୍ମତତପର ମଣିଷ ଭାବରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ l ତାଙ୍କ ଅକାଳ ବିୟୋଗରେ ରାଧାରାଣୀପଡାରେ ଶୋକର ଛାୟା ଖେଳିଯାଇଛି l ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ଶୋକସଭାରେ ଶ୍ରୀ ପାଣିଗ୍ରାହୀଙ୍କ ଆକସ୍ମିକ ବିୟୋଗରେ ଏହି  ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଘର ସଭାପତି ଅମରେଶ ତ୍ରିପାଠୀ,ସମ୍ପାଦକ ପ୍ରମୋଦ ବହିଦାର, ରତନ ମହାରଣା, ଦେବାଶିଷ ବିଶ୍ଵାଳ ରାଧାକାନ୍ତ ମହାକୁଡ, ଜିତେନ୍ଦ୍ର ପୁରୋହିତ, ଡ଼ୋଲାମଣୀ ପ୍ରଧାନ,ଭକ୍ତ ନାଏକ,ଗଜେନ୍ଦ୍ର ବାଗ ଓ ଅନ୍ୟ ସହକର୍ମୀ ମାନେ ସ୍ଵର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026
  ଜିଲ୍ଲା  
*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   26-Jul-2026
  ଜିଲ୍ଲା  
ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   26-Jul-2026
  ରାଜ୍ୟ  
ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ   26-Jul-2026
  ଜିଲ୍ଲା  
*ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   26-Jul-2026
  ଜିଲ୍ଲା  
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   26-Jul-2026
  ଜିଲ୍ଲା  
ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   26-Jul-2026
  ଜିଲ୍ଲା  
ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   26-Jul-2026
  ଜିଲ୍ଲା  
*ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   26-Jul-2026
  ଜିଲ୍ଲା  
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   26-Jul-2026
  ଜିଲ୍ଲା  
*୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   26-Jul-2026

You Might Also Like