-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Nov-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ମଧୁମେହରୁ ମୁକ୍ତ ପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ଉଷ୍ଣଜଳରେ ଲେମ୍ବୁ ଲୁଣ ସର୍ବତ ପାନ,ପ୍ରାତଃ ଭ୍ରମଣ, ଯୋଗାସନ, ପ୍ରାଣାୟାମ,ବ୍ରହ୍ମଚର୍ଯ୍ୟ ରକ୍ଷା ଓ ଶାରୀରିକ ପରିଶ୍ରମ କରିବl ପାଇଁ ଉପଦେଶ ଦେଇଛନ୍ତି।ଖାଦ୍ୟରେ ଗଜାମୁଗ, ସୋଲା, ବିଟ, ଗାଜର, ମୂଳା, ପିଆଜ, କାକୁଡି ସାଲାଡ଼ ପଚିଶ ପ୍ରତିଶତ ଖାଇବେ, ତେଲ, ଆମିଷ, କ୍ଷୀର ଜାତୀୟ ସମସ୍ତ ଖାଦ୍ୟ ଛାଡିବେ। ଯୋଗାସନ, ପ୍ରାଣାୟାମ, ଶାରୀରିକ ପରିଶ୍ରମ କରି ଚିନ୍ତା ମୁକ୍ତ ଜୀବନ ବିତାଇଲେ ଅଚିରେ ମଧୁମେହ,ରକ୍ତଚାପ, କୋଲେଷ୍ଟେରଲ୍ ଭଲ ହେଉଥିବା ସୂଚନା ଦେଇଥିଲେ।
ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ। ଏଥି ସହିତ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l