-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Nov-2024
ତୁଷୁରା- ଶିକ୍ଷା ବିକାଶ ସମିତି ତୋଷରା ସଂକୁଳ ସ୍ତରୀୟ ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅର୍ଜୁନ ପୁର ଆନୁକୂଲ୍ୟରେ ଅର୍ଜୁନ ପୁର ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ଗଦାଧର ଗଡତ୍ଯାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ସଂକୁଳ ଅନ୍ତର୍ଗତ ତୋଷରା, ତେନ୍ତୁଳିଖୁଣ୍ଟି, ଗୁଡଭେଲା, ସଇଁତଳା, ଛନଛଡା, ଟିକ୍ରାପଡା, ଜରାସିଂହା ଓ ଅର୍ଜୁନ ପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୧୪୦ ଜଣ ଛାତ୍ରଛାତ୍ରୀ ୩୦ ଜଣ ଗୁରୁଜୀ ଗରୁମାଙ୍କୁ ନେଇ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମନ୍ତ ପରୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ୍ ଉପାଧ୍ୟକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରତିଷ୍ଠାତା ସଂପାଦକ ପାଲେଶ୍ୱର ବାଗ, ସଂପାଦକ ମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଂକୁଳ ସଂଯୋଜକ ସୁଶୀଳ କୁମାର ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ତୋଷରା ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ ଆଶୁକବି ହେମନ୍ତ ଦାଶ ଯୋଗ ଦେଇ 'ଆମ ଦେଶ ସୂର ବୀର ମାନଙ୍କର ଦେଶ' ଶୀର୍ଷକରେ ବୌଦ୍ଧିକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଟିକୁ ଆଚାର୍ଯ୍ୟା ତୃପ୍ତିମୟୀ ତ୍ରିପାଠୀ ସଞ୍ଚାଳନ କରିଥିବା ବେଳେ ଶ୍ରୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଥିଲା ବୋଲି ସଂକୁଳ ପ୍ରମୁଖ ଶ୍ରୀ ଦାଶ ସମସ୍ତଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।