-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Nov-2024
ବରଗଡ଼: (ସଂଜୀବ ପାଣିଗ୍ରାହୀ):ଉତ୍କଟ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବହଲପାଲି ଗ୍ରାମ ର ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ବିଜୟ କ୍ଲବ ର ଉମାକାନ୍ତ ସାହୁ, ସୁବ୍ରତ ପଧାନ, ମାନଭଞ୍ଜନ ସାହୁ, ଯୋଗେଶ୍ୱର ରଥ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିଜୟ କ୍ଲବ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବରଗଡ ଜିଲ୍ଲା ଗୋଡ଼ଭଗା ଅନ୍ତର୍ଗତ ସିଲେଟ ଗ୍ରାମ ର ସ୍ବର୍ଗତ ଧିରଜ କୁମାର ସାହୁ ଙ୍କ ଗଙ୍ଗା ଶ୍ରାଦ୍ଧ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତ ଧିରଜ କୁମାର ସାହୁ ଙ୍କ ବଡ଼ବାପା ଲିଙ୍ଗରାଜ ସାହୁ, ରାଧେଶ୍ୟାମ ସାହୁ, ନାରାୟଣ ସାହୁ ସମସ୍ତେ ମିଶି ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସମ୍ବଲପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗଙ୍ଗା ଶ୍ରାଦ୍ଧ ରେ ରକ୍ତ ଦାନ ଶିବିର ଆୟୋଜନ କରି ସାହୁ ପରିବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଉଭୟ ଶିବିର ରୁ ସର୍ବମୋଟ #୯୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହୁ ପରିବାର କୁ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ,ଆୟୋଜକ ବନ୍ଧୁ ଓ ବହଲପାଲି ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।