-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ବଲାଙ୍ଗିର, (ପ୍ରେରଣା ଖବର) - ଜାନୁୟାରୀ ପ୍ରଥମରୁ କରୋନା ଟୀକାକରଣକୁ ନେଇ ଓଡିଶା ରାଜ୍ୟ ର ବିଭିନ୍ନ ସ୍ଥାନରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଏହାର ପୂର୍ବଭ୍ୟାସ ପ୍ରାରମ୍ଭ କରାଯାଉଛି l ଏହି ମଧ୍ୟରେ ଶାସ୍ତ୍ରୀ ନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ବଲାଙ୍ଗିର ପରିସର ମଧ୍ୟରେ କୋଭିଡ 19 ଟୀକାକରଣ ପାଇଁ ଡ୍ରାଇ-ରନ ବା ଟୀକାକରଣ ର ପୂର୍ବଭ୍ୟାସ କାର୍ଯ୍ୟକ୍ରମ ସମାପନ କରାଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜିଲ୍ଲାପାଳଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଭୀମ ସାହୁ, ଡି ପି ଏଚ୍ଓ କିଶୋର ପତି, ରାମାନୁଜ ପଣ୍ଡା (APM. NHM), ଅନିଲ ମହାକୁଡ଼ (UDM. NHM), ସତ୍ୟ ରଞ୍ଜନ ମିଶ୍ର, ନିର୍ଦେଶକ, ନାସନାଲ ପିସ ୟୁନିସନ, ରବି ରଞ୍ଜନ ପୂଜାରୀ (ଚେୟାରମ୍ୟାନ) ନାସନାଲ ପିସ ୟୁନିସନଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ସଦସ୍ୟ ସଦସ୍ୟା, ଏ ଏନ୍ ଏମ୍ , ଓ ଆଶା କର୍ମୀ ଓ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ l ଏହି କୋଭିଡ ଟୀକାକରଣ ପାଇଁ ଏହାର ପୂର୍ବଭ୍ୟାସ ମାଧ୍ୟମରେ କୋଡିଏ ଜଣ କୋଭିଡ ଯୋଦ୍ଧାଙ୍କୁ ନିୟମାନୁଯାୟୀ ମୋବାଇଲ ଯୋଗେ ବାର୍ତ୍ତା ପଠା ଯାଇଥିଲା lମୋବାଇଲ ବାର୍ତ୍ତା ଅନୁସାରେ ସେମାନେ ନିର୍ଦ୍ଧିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚିବା ପରେ ସେମାନେ ପର୍ଯାୟକ୍ରମେ ଜଣେ ଜଣେ ବ୍ୟକ୍ତିଙ୍କୁ ଡ୍ରାଏ-ରନ କାର୍ଯ୍ୟକ୍ରମନୁସାରେ କୋଭିଡ ଟୀକାକାରଣ ପାଇଁ ପ୍ରସ୍ତୁତ କରାଯାଇଥିଲା l ଟୀକାକାରଣ ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଲେ କିମ୍ବା ଏହାର କିଛି ଲକ୍ଷଣ ଦେଖାଦେଲେ ନିରୀକ୍ଷଣ ଗୃହକୁ ନେବାର ବନ୍ଦୋବସ୍ତ କରାଯାଇଥିଲା ଓ ଏହାମଧ୍ୟରେ ଅତିକମରେ ଅଧ ଘଣ୍ଟା ପର୍ଯ୍ୟନ୍ତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା, ନେଇଥିବା ବ୍ୟକ୍ତିଙ୍କ କିଛି ସ୍ୱାସ୍ଥ୍ୟ ପ୍ରତିକ୍ରିୟା ଦେଖାଦେଲେ ଉପସ୍ଥିତ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଚିକିତ୍ସସକ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପରାମର୍ଶ ଅନୁସାରେ ବିହିତ ଚିକିତ୍ସା ପଦ୍ଧତି ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା l
ପ୍ରଥମ ଟୀକାକରଣ ପଦ୍ଧତିରେ ଅତିକମରେ ଦଶ ହଜାର କୋଭିଡ ଯୋଦ୍ଧାଙ୍କୁ ପଞ୍ଜିକରଣ କରି ଟୀକା ଦେବାର ବନ୍ଦୋବସ୍ତ ଓ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଟୀକା କେନ୍ଦ୍ରରୁ ସୁବର୍ଣ୍ଣପୁର, ନୂଆପଡା,କଳାହାଣ୍ଡି ଇତ୍ୟାଦି ଜିଲ୍ଲାକୁ ବଲାଙ୍ଗିର ଟୀକାକରଣ ଓ ଟୀକାର ପ୍ରକୃଷ୍ଟ ଶୀତଳ ଶିକୁଳି ର ପରିଚାଳନା କରି ଭଣ୍ଡାରରୁ ଟୀକା ଯୋଗାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଥିଲେ l ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ନାସନାଲ ପିସ ଊନୀସନ ପରିଚାଳନା କରିଥିବାବେଳେ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ l