-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
(ଆକାଶ ମିଶ୍ର)
ଅତାବିରା ବ୍ଲକ ସିଂହପାଲି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁତିପାଲିଠାରେ ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ କରୁଣାକର ପ୍ରଧାନଙ୍କ ସଭାପତିତ୍ବରେ ତଥା ପ୍ରଧାନଶିକ୍ଷକ ଶ୍ରୀ ରବି ବନଛୋର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ମାଁ ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀ,ଲସ୍ତଲାର ସ°ପାଦିକା ଶ୍ରୀମତି ସୁଷମା ପ୍ରଧାନ ଓ ସଭାନେତ୍ରୀ ଶ୍ରୀମତି କରିସ୍ମା ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀମତି ମମତା ମେହେର, ଅନିତା ପ୍ରଧାନ, ସବିତା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ମାପ ଅନୁସାରେ ପୋଷାକ ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ମୁକୁନ୍ଦ ନାଏକ,ଲିଲିମା ବାରିକ, ପୂଜା ପସାଏତ,ଭାରତୀ କଠାର, ସରସ୍ଵତୀ ମଲ୍ଲିକ, ଆରତୀ କଠାର୍ ଆଦି ସଭ୍ୟସଭ୍ଯାଗଣ ସହଯୋଗ କରିଥିଲେ |ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀ ସୁବାଷ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |