-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
ବଲାଙ୍ଗିର (ପ୍ରେରଣା ଖବର): ତୁଳସୀ ନଗର ଦୁର୍ଗା ପୂଜା କମିଟିର ଏକ ବନ୍ଧୁ ମିଳନ ପର୍ବ ଗତ ରବିବାର ବଲାଙ୍ଗୀର ସହର ଉପକଣ୍ଠ କଦଳିମୁଣ୍ଡ ନର୍ସରୀରେ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓ କମିଟି ସଦସ୍ୟ ମାନଙ୍କ ସହିତ ଯୋଗ ଦେଇ କିଛି ସମୟ ଅତିବାହିତ କରିଥିଲେ। କମିଟି ର ସଭାପତି କିଶୋର ଚନ୍ଦ୍ର ରଥ ଓ ସମ୍ପାଦକ ହରେକୃଷ୍ଣ ଆଡଯୁଏଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ କମିଟିର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। ହର୍ଷଉଲ୍ଲାସ ମଧ୍ୟରେ କିଛି ମୁହୂର୍ତ୍ତ ସଦସ୍ୟ ମାନେ ଅତିବାହିତ କରିଥିଲେ, ଯାହା ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ଯାଇଥିଲା।ପୁଣି ଥରେ ଆଗାମୀ ବର୍ଷରେ ବନ୍ଧୁମିଳନର ପ୍ରତିଶୃତିରେ ଏହି କାର୍ଯକ୍ରମ ସମାପିତ ହୋଇ ଥିଲା। ଯୁବ ସଦସ୍ୟ ମାନଙ୍କ ଦ୍ଵାରା ଏହି କାର୍ଯକ୍ରମର ଆୟୋଜନ ପାଇଁ ସଭାପତି ସମସ୍ତ କାର୍ଯ୍ଯକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।