-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
17-Nov-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ମହକୁମା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଯୋଜିତ ୭୧ତମ କେନ୍ଦ୍ର ସମବାୟ ସପ୍ତାହ– ୨୦୨୪ ଓ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ବ୍ୟାଙ୍କ ତୁଷୁରା ଶାଖା ସର୍ବ ଶେଷ୍ଠ ଶାଖା ଭାବେ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ବ୍ୟାଙ୍କ ମ୍ୟାନେଜର କିଶୋର କୁମାର ରାଜପୁତଙ୍କୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ସିଲ୍କ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ୟାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁ ଏହି ସମ୍ମାନ ମିଳିଛି ବୋଳି ବ୍ୟାଙ୍କ ମ୍ୟାନେଜର ଶ୍ରୀ ରାଜପୁତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମିତି ସମୂହ ସମିତିର ଉପନିବନ୍ଧକ ପ୍ରମୋଦ କୁମାର ବରିହା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ର ଓ ନାବାର୍ଡ ଅଫିସର ବିବେକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳର କୃଷକମାନଙ୍କ ମଧ୍ଯରେ ଉତ୍ସାହ ଖେଳିଯାଇଥିବା ବେଳେ ବିଭିନ୍ନ ମହଳରୁ ଶୁଭେଚ୍ଛାର ଛୁଅ ଛୁଟୁଛି।