-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2024
ବଙ୍ଗୋମୁଣ୍ଡା/ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ):
ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବ୍ଲକ ଡାକ ବଙ୍ଗଳା ଠାରେ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏଥିରେ ଅତିଥି ଭାବରେ ସଇଁତଳା ବ୍ଳକର ପୂର୍ବତନ ସମାଜ ପ୍ରତିନିଧି ପୀତବାସ ଯାନୀ, ସୂଚନା ଅଧିକାର କର୍ମୀ ଥବିର ଚନ୍ଦ୍ର ବାଗ ଯୋଗଦେଇ ସାମ୍ବାଦିକ ମାନେ ଗ୍ରାମାଞ୍ଚଳର ସମସ୍ୟାର ଖବର ଆଣି ସରକାର ଓ ପ୍ରଶାସନ ଠାରେ ପହଁଞ୍ଚାଇଥାନ୍ତି ।ଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ମତବ୍ୟକ୍ତ କରିଥିଲେ । ଓୟୁଜେ ବଲାଙ୍ଗୀର ଜିଲା ଟ୍ରିବୁନାଲ ସଭାପତି ଭାବେ ମନୋନୀତ ହୋଇଥିବା ସଂଘର ଉପଭାପତି ଅନିଲ ତ୍ରିପାଠୀ ଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ସଂଯୋଜନା କରିଥିବା ବେଳେ ସମ୍ପାଦକ ହୁଲେଶ୍ବର ହଂସ ଧନ୍ୟବାଦ ଅର୍ପଣ କରିଥିଲେ।ଉପସଭାପତି ସୁଶାନ୍ତ ବେହେରା,କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ବରିଷ୍ଠ ସଦସ୍ୟ ଅଶୋକ ଖମାରୀ,ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର,ଦିପକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।