-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
17-Nov-2024
ତୁରେକେଲା(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କୀ ପଞ୍ଚାୟତ ସେଲମୁଡଗା ଗାଁରେ କାର୍ତ୍ତିକ ପୂର୍ଣ୍ଣିମୀ ରାତିରେ ଗାଁ ସୀତାଚୋରୀ ନାଟ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି ଯାଇ ସେହି ଗାଁ ଜଣେ ଯୁବତୀ ଦୁଷ୍କର୍ମ ସିକାର ଅଭିଯୋଗ ହୋଇଥିଲା। ଜୈନିକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ତୁରେକେଲା ଥାନା ପରିବାର ଲୋକେ ଅଭିଯୋଗ କରିଥିବା ଜଣାପଡିଛି। ଉକ୍ତ ଯୁବତୀ ଦୁଷ୍କର୍ମ ଅଭିଯୋଗ ରେ ତୁରେକେଲା ପୋଲିସ ମହଖଣ୍ଡ ଗାଁ ର ଜଣେ ଯୁବକ ଓ ସେଲମୁଡଗା ଜଣେ ଙ୍କୁ ଥାନା ଅଟକ ରଖି ଯୁବତୀଙ୍କୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଦୁଷ୍କର୍ମ ପରେ ଯୁବତୀଙ୍କୁ ସ୍ଥାନୀୟ ଜଙ୍ଗଳ ଭିତରେ ଛାଡି ଦେଇଥିବା ବେଳେ ଚେତାଶୁନ୍ଯ ଅର୍ଦ୍ଧନଗ୍ନ ଅବସ୍ଥା ତାଙ୍କ ପରିବାର ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଥିଲା। ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତୁରେକେଲା ପୋଲିସ କେସ ନଂ ୩୫୪ ରେ ମାମଲା ରୁଜୁ କରି ମହଖଣ୍ଡ ଗାଁ ର ହର ଜାଳ(୨୪) ଙ୍କୁ ଶନିବାର କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।