-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜିଲ୍ଲା

ଆପେ ଆପେ ଭାଙ୍ଗୁଛି ନଡ଼ିଆ ... ଭକ୍ତଙ୍କ ଆସ୍ଥା ବଢ଼ାଉଛି ଛେଲିଆ ଡୁଙ୍ଗୁରି ହରିହର ବାବାଙ୍କ ପୀଠ

15-Nov-2024



ଅତାବିରା (ଆକାଶ ମିଶ୍ର): ପ୍ରବାହ ଯେତେ ବିଜ୍ଞାନ ଆଡ଼କୁ ଅଗ୍ରସର ହେଉଛି , ମଣିଷର ଧର୍ମୀୟ ଭାବନା  ସେତିକି ଦୃଢତର  ହେବାରେ ଲାଗିଛି । ମଠ ମନ୍ଦିର ଗୁଡ଼ିକରେ ଲୋକଙ୍କ  ଭିଡ ବଢ଼ିବାରେ ଲାଗିଛି ,ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି ଭଗବାନ ଙ୍କ ଅଦୃଶ୍ୟ   ଅଲୌକିକ ଶକ୍ତି  ଉପରେ ।  ଏମିତି ଏକ ଅଲୌକିକ ଘଟଣା ଘଟିଚାଳିଛି ଅତାବିରା ବ୍ଲକ ର ସୀମାନ୍ତ  ଅଞ୍ଚଳ ବରହାମୁଣ୍ଡା  ରୁ ତାଲଶ୍ରିଗୀଡା ଯିବା ରାସ୍ତା ରେ । ଯେଉଁ ଘଟଣା ଦିନଙ୍କୁ ଦିନ  ଲୋକଙ୍କର ଆସ୍ଥା ଓ ବିଶ୍ୱାସ କୁ ଆହୁରି ବୃଦ୍ଧି କରିବା ସହ ଦୂର ଦୁରାନ୍ତ ରୁ ଭକ୍ତଙ୍କ ସମାଗମ ହେଉଛି ।  ଏହି ରାସ୍ତା ର ଅନତି ଦୂରରେ ଡାହାଣ ପାର୍ଶ୍ଵରେ ରହିଛି ଏକ ପଥୁରିଆ ସ୍ଥାନ ଯାହା ଛେଳିଆ ଡୁଙ୍ଗୁରି ନାମରେ ପରିଚିତ । ଆଜି ପବିତ୍ର ରାସପୂର୍ଣିମା   ରେ  ଏହି ଠାରେ  ଶ୍ରଦ୍ଧାଳୁ ଭକ୍ତ ଙ୍କ  ବେଶ୍ ଭିଡ ଜମି ରହିଥିଲା । ଏହି  ଡୁଙ୍ଗୁରି ରେ  ଅଲୌକିକ ଘଟଣା ଘଟୁଛି ।ଏଠାରେ ଶ୍ରଦ୍ଧାଳୁ ଭକ୍ତ ମାନେ  ଗୋଟା  ନଡ଼ିଆ ଅର୍ପଣ କଲାପରେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ ।ଏବଂ ଆଶ୍ଚର୍ଯ୍ୟର ବିଷୟ ଯେ ଏଠାରେ ପଥର ଥିବା ସତ୍ତ୍ୱେ ସେହି ଭଙ୍ଗା ନଡ଼ିଆ ଗୁଡ଼ିକ ର ପାଣି କୁଆଡେ  ଯାଏ ,ତାହା  ଜଣl ପଡ଼େ ନାହିଁ ।ନଡ଼ିଆ ଭିତରେ ବି ପାଣି ମୁନ୍ଦାଏ ରହୁ ନଥିବା ଶ୍ରଦ୍ଧାଳୁ ଭକ୍ତ ମାନେ କହନ୍ତି ।ତେବେ ଏହା ଈଶ୍ୱର ଙ୍କ ଅଲୌକିକ  ଶକ୍ତି ବୋଲି  ଦିନକୁ ଦିନ  ଚାରିଆଡ଼େ ପ୍ରସାରିତ ହେବାରେ ଲାଗିଛି ।  ତେବେ ଏହି ଅଲୌକିକ ଘଟଣା ତଥା ଏହି ସ୍ଥାନର ମହିମା ର କିମ୍ବଦନ୍ତୀ ଯାହା,   ବାବାଙ୍କ ଠାରୁ  ବରପ୍ରାପ୍ତ  ପାଇ ତାକୁ ଅଙ୍ଗେ ନିଭାଇଥିବା ମହିଳା ଦ୍ରୌପଦୀ ଙ୍କ ପୁତ୍ର  ପର୍ଶୁରାମ ସାହୁ(୭୨) ଏବଂ ଗ୍ରାମବାସୀ ଙ୍କ ମୁଖରୁ ନିସୃତ। ପ୍ରାୟ  ଆଜକୁ

୭୫ ବର୍ଷ ପୂର୍ବେ ତାଳଶ୍ରିଗୀଡା ଗ୍ରାମରେ  ଦ୍ରୌପଦୀ ସାହୁ ନାମରେ ଜଣେ ମହିଳା ରହୁଥିଲେ । ତାଙ୍କର ଲାଗି ଲାଗି ଦୁଇ ଟି ଝିଅ ଜନ୍ମ ପରେ  ପୁଅ ଜନ୍ମ ନ କରି ଝିଅ ଜନ୍ମ କରୁଛି ବୋଲି ଶାଶୂ ଘର ଲୋକେ ତାଙ୍କୁ ଶାରିରୀକ ଓ  ମାନସିକ ସ୍ତରରେ ଅକଥନୀୟ ଯନ୍ତ୍ରଣା ଦେଉଥିଲେ । ଯେତେବେଳେ ଯନ୍ତ୍ରଣା  ସହ୍ୟ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ ସେ  କାହାକୁ ନ କହି  ଘରୁ ପଳେଇବା ପାଇଁ ମନସ୍ଥ କରି ବାହାରି ଆସିଲେ ।ବିଲ ରାସ୍ତା ପାରି ହୋଇ ଏହି ଚ୍ଛେଲିଆ ଡୁଙ୍ଗୁରି ଦେଇ ଯେତେବେଳେ ସେ ଯାଉଥିଲେ, ତାଙ୍କ ସାମ୍ନାରେ ଧଳା ବସ୍ତ୍ର ପିନ୍ଧିଥିବା ଜଣେ ବାବାଙ୍କୁ ଦେଖିଲେ ।ବାବା ତାଙ୍କୁ ଏକୁଟିଆ କୁଆଡେ ଯାଉଛୁ ବୋଲି ପଚାରିବାରୁ ଦ୍ରୌପଦୀ ତାଙ୍କ ସମସ୍ତ ଦୁଃଖ  ର କଥା ପ୍ରକାଶ କରିଥିଲେ ।ଏହା ଶୁଣିବା ପରେ ସେ ବାବା ସେଠାରେ ରଖାଯାଇଥିବା ଦୁଇଟି କଦଳୀ କୁ ଦେଖେଇ କହିଲେ ତାକୁ ଆଣି ଖାଇ ଦେ, ଦେଖିବୁ ତୋର ପୁଅ ଜନ୍ମ ହେବ, ଆଉ ତୁ ଘରକୁ ଫେରିଯା, ଆଜିଠାରୁ କେହି ତତେ ଆଉ କିଛି କହିବେନି ।   ଦ୍ରୌପଦୀ କଦଳୀ ଦୁଇଟିକୁ ଖାଇ  ଘରକୁ ଫେରି  ଆସିଥିଲେ ସେହି ବାବା ଙ୍କ କଥା  ଅନୁସାରେ ।ତାପରେ ସାତ ବର୍ଷ ମଧ୍ୟରେ ତାଙ୍କର ତିନୋଟି ପୁଅ ଜନ୍ମ ହେଲେ । ତାଙ୍କୁ କେହି କିଛି କହିଲେ ନାହିଁ।   ବାବା ଙ୍କ କଥା ସତ୍ୟ ପ୍ରମାଣିତ ହେଲା ପରେ  ଦ୍ରୌପଦୀ ଏହି କଥାଟି ତାର ବିଶ୍ବାସୀ ଲୋକଙ୍କୁ କହିଲେ ।ଧୀରେ ଧୀରେ ଏହି କଥା ଟି ଚାରିଆଡ଼େ  ପ୍ରଘଟ ହୋଇ  ସମସ୍ତେ ବାବା ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କଲେ ।କିନ୍ତୁ ଏହି ଡୁଙ୍ଗୁରି ର ଆଖ ପାଖ ରେ  କୌଣସି ମଠ କିମ୍ବା ଆଶ୍ରମ କିଛି ନଥିଲା  କି କେହି ନ ଥିଲେ । ଏହା ପରେ ଅନେକ ବର୍ଷ ବିତିଗଲା ।ପୁଣି ୨୦୧୭ ମସିହାରେ ଉକ୍ତ ଗ୍ରାମର  ଜଣେ ପଣ୍ଡିତ  ପ୍ରଦୀପ ମିଶ୍ର ଥରେ ବୈଶାଖ ମାସ ରେ ଥୁଆ ପାଲି ଗ୍ରାମ ର   ଜଣେ ବ୍ୟକ୍ତିଙ୍କ ଘର କୁ ନବଗ୍ରହ ପୂଜା ପାଇଁ ଯାଇ ରାତିରେ ଫେରୁଥିବା ବେଳେ ତାଙ୍କୁ ଭୋକ ହେଉଥିଲା ।  ରାସ୍ତାରେ ସେହି ଡୁଙ୍ଗୁରି ଦେଇ ଆସିବା ବେଳେ  ଧଳା ବସ୍ତ୍ର ପିନ୍ଧିଥିବା ଜଣେ ଫକିର ଙ୍କୁ ଦେଖିଥିଲେ । କେହି ଜଣେ ହୋଇଥିବା ଭାବି ସେ ଆଗକୁ ଚାଲିଗଲେ ।କିନ୍ତୁ ହଠାତ୍  ସେ ଯେତେବେଳେ ବୁଲି ଦେଖିଲେ ,ସେ ଫକୀର ଜଣକ ଆଉ ଦେଖାଯାଉ ନଥିଲେ । ଏହାପରେ ସେ ଘରକୁ ଆସି  ଖାଇ ଶୋଇପଡ଼ିଲେ ।ସେହି ରାତିରେ ତାଙ୍କୁ ସପ୍ନ  ହେଲା, ରାସ୍ତାରେ ଯେଉଁ ଫକୀର ଙ୍କୁ ଦେଖିଥିଲେ,ସେହି ଫକିର ତାଙ୍କୁ ସପ୍ନରେ କହିଲେ ,ମତେ ଦେଖି ତୁ ଆଡେଇ ଚାଲିଗଲୁ, ତେଣୁ ମତେ କଷ୍ଟ ଲାଗିଛି, ଆଜିଠାରୁ ପ୍ରତିଦିନ ସେହିଠାରେ ହରିହର ନାମରେ ପୂଜା କର।ପଣ୍ଡିତ ଜଣକ କହିଲେ ମୁଁ ତ ଗୃହସ୍ଥ,ପ୍ରତି ଦିନ ପୂଜା କରିବା ହୁଏତ ମୋ ପକ୍ଷରେ ସମ୍ଭବ ହେବ ନାହିଁ । ତା ପରେ  ବାବା କହିଲେ , ହଉ ଠିକ୍ ଅଛି , ପ୍ରତି ପୂର୍ଣ୍ଣିମାରେ ତୁ ସେଠାରେ ପୂଜା କରିବୁ ।ନିଦରୁ ଉଠିଲା ପରେ  ସେ ସପନ କଥା ସମସ୍ତଙ୍କୁ କହିଲେ ।  ଦ୍ରୌପଦୀ ଙ୍କ କଥା କୁ ପୁଣି ଥରେ ସମସ୍ତେ ମନେ ପକେଇ ବାବା ଙ୍କ ମହିମା ପ୍ରକୃତରେ ଏଠାରେ ରହିଥିବା  କଥା ଚାରିଆଡ଼େ ଧୀରେ ଧୀରେ ବିଖ୍ୟାତ  ହୋଇ  ଲୋକଙ୍କ ଭିତରେ ଆସ୍ଥା  ଦ୍ଵିଗୁଣିତ ହେଲା ।ସେହି ଦିନ ଠାରୁ ଏହି ଡଙ୍ଗୁରି ପାହାଡ଼ ରେ ପ୍ରତି ପୂର୍ଣ୍ଣିମା ଦିନ ପୂଜା କରାଯାଏ ।କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ ଧୁମ୍ ଧାମରେ ପାଳନ କରାଯାଏ । ହୋମ ଯଜ୍ଞ ସହ ବାବାଙ୍କ ନାମରେ ଆହୁତି ପ୍ରଦାନ କରାଯାଇ ଲୋକଙ୍କର ମଙ୍ଗଳ କାମନା କରାଯାଏ । ଏହି ସ୍ଥାନରେ ବାବା ଙ୍କ ଆଉ ଏକ ମହିମା ହେଉଛି  ଏଠାରେ ଲୋକେ  ଗୋଟା ନଡିଆ ଅର୍ପଣ କରିଥାନ୍ତି,କିନ୍ତୁ ବାବା ଙ୍କ  ମହିମାରୁ ତାହା ଆପେ ଆପେ ଭାଙ୍ଗି ଯାଏ ।ଏହି ଅଲୌକିକ ଘଟଣା ଦେଖିବାକୁ ଆଜିକାଲି ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି ଓ ଧୀରେ ଧୀରେ ନଡ଼ିଆ ସଂଖ୍ୟା ବି ବଢ଼ି ଚାଲିଛି । ପୂଜା ପାଇଁ ଲାଗୁଥିବା ଅର୍ଥ ରାଶି ପାଇଁ କାହା ପାଖରୁ ଚାନ୍ଦା ନିଆଯାଏ ନାହିଁ ।ଭକ୍ତ ମାନେ ନିଜସ୍ୱ ଭକ୍ତିରେ ଯାହା ପ୍ରଦାନ କରନ୍ତି ।ସମସ୍ତେ ସକ୍ରିୟ ଭାବରେ  ବିନା ସ୍ୱାର୍ଥରେ ଏହି ପୂଜା କାର୍ଯ୍ୟକ୍ରମ ରେ ସହଯୋଗ କରନ୍ତି । ଟେଣ୍ଟ, ରୋଷେଇୟା,ପୂଜକ ବିନା ପଇସାରେ କାମ କରନ୍ତି ଶ୍ରଦ୍ଧା ସହକାରେ । ଏହି ଡୁଙ୍ଗୁରି ରେ ଖାଲି ପଥର ରହିଛି , କିନ୍ତୁ କୌଣସି  ଇଟା  କିମ୍ବା ପଥର ଉପରୁ ତଳକୁ ପକାଇଲେ ତାହା ଗାଡ଼ି ନଯାଇ ଏକ ପ୍ରକାର କମ୍ପନ ସୃଷ୍ଟି କରେ ର ରହିଯାଏ ,ଯେପରିକି  ଭିତର  ଭାଗରେ ଅର୍ଥାତ୍ ତଳେ କିଛି  ଫମ୍ପା ରହିଛି। ତେଣୁ ଲୋକେ ବିଶ୍ୱାସ କରନ୍ତି ଯେ  ପଥର ତଳେ ବାବା ଙ୍କ ଗୁମ୍ଫା କିଛି ରହିଥିବ, ଯେଉଁଠାରେ ବାବା ପୂଜା ଆଦି ଧ୍ୟାନ କରୁଥିଲେ ।କିନ୍ତୁ କେହି ତାକୁ ଖୋଲିବାର ସାହସ କରି ନାହାନ୍ତି  କାରଣ ଗ୍ରାମର ଜଣେ ବ୍ୟକ୍ତି  ପଥର ଖୁଦାନ ଭାବରେ ଠିକା ନେଇ  ଯନ୍ତ୍ର ମାଧ୍ୟମରେ  ଏହି ସ୍ଥାନରେ ଥିବା ପଥର ସବୁ ଖୋଲି ଭାଙ୍ଗିବାର କାମ ଆରମ୍ଭ କରୁ କରୁ  ତାଙ୍କର ଅଧୋଃ ପତନ ଘଟିଥିଲା । ଏମିତି ଅନେକ ଲୋକ ବାବା ଙ୍କ ମହିମା ର କିଛି କିଛି ଦୃଷ୍ଟାନ୍ତ ଦିଅନ୍ତି । ବାବାଙ୍କୁ ଦର୍ଶନ କରିଥିବା  ତଥା ତାଙ୍କଠାରୁ ବର ପ୍ରାପ୍ତ କରି ପୁତ୍ର ସନ୍ତାନ ଜନ୍ମ କରିଥିବା ଦ୍ରୌପଦୀ  ଙ୍କ ମୃତ୍ୟୁ କୁ ଆଜି ୧୦ ବର୍ଷ ବିତି ଯାଇଛି, ତାଙ୍କର ତିନି ପୁଅଙ୍କ ମଧ୍ୟରୁ  ବଡ଼ ଓ ସାନ ପୁଅ ବଞ୍ଚି ବାବାଙ୍କ ମହିମା ପ୍ରଚାର କରୁଛନ୍ତି ।ତାଙ୍କ ଝିଅ ମାନେ ମଧ୍ୟ ଆଉ ବଞ୍ଚି ନାହାନ୍ତି, କିନ୍ତୁ ବାବା ଙ୍କ ମହିମା ସବୁ ଦିନ ପାଇଁ ରହିଥିବ । କାର୍ତ୍ତିକ

ପୂର୍ଣ୍ଣିମା ଦିନ  ହେଉଥିବା ଏହି ପୂଜା ପାଇଁ ଏକ ସ୍ବତନ୍ତ୍ର  ପୂଜା କମିଟି ଗଠନ କରାଯାଇଛି, ଯାହାର ସଭାପତି  ଉଦ୍ୟୋକ୍ଟା ପ୍ରଦୀପ ମିଶ୍ର,ସମ୍ପାଦକ  ଅଶୋକ  ଗଡତିଆ, କୋଷାଧ୍ୟକ୍ଷ ରକ୍ଷାକାରୀ ପ୍ରଧାନ ରହିଛନ୍ତି ।ଗ୍ରାମର ଜଣେ  ବୃଦ୍ଧା  ରାଇବାରୀ ଭୁ ଏ ୮୦ ହଜାର ଟଙ୍କା ବାବା ଙ୍କ ନାମରେ ଦାନ କଲେ ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ  ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଦେବା ଫଳରେ ଏହି ପଥର ଡୁଙ୍ଗୁରି ଉପରେ ଦୁଇଟି କୋଠା ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।  ଏହି ପୀଠକୁ  ଯିବା ପାଇଁ ବିଲ ରାସ୍ତା ରହିଛି ।ଚାରିଆଡ଼େ ଧାନ କ୍ଷେତରେ ପରିପୂର୍ଣ ।ତଥାପି ଶ୍ରଦ୍ଧାଳୁଙ୍କ  ଲମ୍ବା  ଭିଡ଼   ଦେଖିଲେ ସ୍ଥାନର ମହିମା ଆପେ ଆପେ ବୁଝିହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like