-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜିଲ୍ଲା

ସରକାର ଆଉ ଚାଷୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହି: ନବ ନିର୍ମାଣ କୃଷକ ସଂଗଠନ

15-Nov-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ନୂତନ ସରକାର ଆସିବା ପରେ ଧାନ କିଣା ବିକାକୁ ସ୍ବଚ୍ଛ ଓ ଦୁର୍ନିତୀମୁକ୍ତ କରିବା ପାଇଁ ଯେତେ ବି ପ୍ରଚେଷ୍ଟା ଚଳାଇଛନ୍ତି  ସୋନପୁର ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି ତତ୍ପରତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର କର୍ମକର୍ତ୍ତା। ଆଜି ସହରର ହୋଟେଲ ଗ୍ରୀନ୍ ପାର୍କ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ରେ ସରକାର ଙ୍କ ବିଭିନ୍ନ ସମୟରେ ତାଙ୍କର ବଦଳାଇଥିବା ମତ ଉପରେ ଓଡ଼ିଶା ର ଚାଷୀ ବିଭ୍ରାନ୍ତ ହେଉଥିବା ର ଅଭିଯୋଗ କରିଛନ୍ତି। ପଶ୍ଚିମାଞ୍ଚଳ ର ଅଧିକାଂଶ  ଜିଲ୍ଲାରେ କେବେଠୁ ଡିଏଲପିସି ବୈଠକ ହୋଇସାରିଥିବା ବେଳେ ସୋନପୁର ଜିଲ୍ଲାରେ ଏଯାଏଁ ହୋଇନାହିଁ। ଏଠାରେ ଧାର୍ଯ୍ୟ ସମୟ ଠାରୁ ମାସେ ବିଳମ୍ବରେ ସବୁ କାର୍ଯ୍ୟ ଚାଲିଛି।  ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବାରମ୍ବାର ଜିଲ୍ଲାପାଳଙ୍କୁ  ଜଣାଇଥିଲେ ମଧ୍ୟ ଏହି ବୈଠକରେ ଚାଷୀ ପ୍ରତିନିଧି ଓ ଚାଷୀ ସଂଗଠନ ମାନଙ୍କର ଉପସ୍ଥିତି ବହୁ ଜରୁରୀ ସତ୍ତ୍ୱେ ବୈଠକ ନେଇ ସେମାନଙ୍କୁ ଅନ୍ଧକାର ମଧ୍ୟରେ ରଖିଥିବା ସେମାନେ ଅଭିଯୋଗ କରିଛନ୍ତି।  ଦେଖାଯାଉଛି ସରକାର ବଦଳିବା ସହ ସରକାରୀ ଚାଷୀ ପ୍ରତିନିଧି ମଧ୍ୟ ବଦଳୁଛନ୍ତି। ଶାସକ ଦଳ ନିଜକୁ ସୁହାଇଲା ଭଳି ଚାଷୀ ପ୍ରତିନିଧିଙ୍କୁ ଚୟନ କରୁଛନ୍ତି।  ଏହି ଚାଷୀ ପ୍ରତିନିଧିମାନେ କେବେ ବି ତୃଣମୂଳ ସ୍ତରର ଚାଷ ଓ ଚାଷୀଙ୍କ ସମସ୍ୟା ସଂପର୍କରେ ପ୍ରଶାସନକୁ ସଚେତନ କରାଇନଥାନ୍ତି। ଜିଲ୍ଲାରେ ଚାଲିଥିବା ଚାଷୀ ଲୁଟ୍ ତନ୍ତ୍ରରେ ଏମାନେ ନିଜର ଭାଗକୁ ମଧ୍ୟ ସୁରକ୍ଷିତ ରଖୁଥିବାର ଅନେକ ନଜିର ରହିଛି। ବର୍ଷ ବର୍ଷ ଧରି ଏହି ଲୁଟ୍ ପ୍ରକ୍ରିୟା ସୁରୁଖୁରୁରେ ଚାଲିଆସୁଛି। ଏଣୁ ଖୋଦ୍ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ  ସଂଗଠନ ଦାବି କରିଛି।
 ଧାନ କିଣା ବିକାରେ ନୂତନ ମାନନିର୍ଣ୍ଣୟ ପ୍ରକ୍ରିୟା ବିଷୟରେ ଚାଷୀଙ୍କୁ ସଚେତନ କରିବା ପାଇଁ  କେବଳ ଜଣେ କ୍ବାଲିଟି କଣ୍ଟ୍ରୋଲ ଅଫିସର ନାମକୁ ମାତ୍ର ସଚେତନ ସଭା କରୁଛନ୍ତଏଣୁ ସଂଗଠନ ପକ୍ଷରୁ  ଏହାକୁ ଆହୁରି ଫଳପ୍ରଦ କରାଯିବାକୁ ପ୍ରଶାସନ ପାଖରେ କୁହାଯାଇଛି। ସେହିଭଳି ଧାନ ନିର୍ଣ୍ଣୟ ମେସିନ୍ ସରକାର ଯେଉଁ ପଠାଇଛନ୍ତି, ତାହାର ଉପଯୋଗ କେମିତି ହେବ ଚାଷୀଙ୍କୁ ଦୃଷ୍ଟାନ୍ତ ଦେଇ ବୁଝାଇବାକୁ ପ୍ରସ୍ଥାବ ଦିଆଯାଇଛି। ଚାଷୀଙ୍କୁ ଠିକ୍ ଭାବେ ସଚେତନ ନକରି ଧାନ କଟନି ଛଟନି ଯଦି କରାଯାଏ ତାହେଲେ ଏହାର ଜୋରଦାର ବିରୋଧ ହେବ ବୋଲି ସଂଗଠନର ନେତ୍ରୀ ସୋନାଲି ବିଶି ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଶ୍ରୀମତୀ ବିଶି କହିଛନ୍ତି ସରକାର ଚାଷ କ୍ଷେତ୍ର ରେ ଯନ୍ତ୍ରପାତି ର ବ୍ୟବହାର କୁ ପ୍ରୋତ୍ସାହନ ଦେଉଛନ୍ତି। ଲୋକେ ଧାନ କାଟିବା ଯନ୍ତ୍ର ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ସେଠାରୁ ବାହାରୁଥିବା ଧାନ ସରକାର ଙ୍କୁ ପସନ୍ଦ ଆସୁନାହିଁ। ଲୋକ ସଂଖ୍ୟା ବଢିବା ଦ୍ଵାରା ବହୁତ୍ ଚାଷୀ ନାମମାତ୍ର ଚାଷୀ ହେଇଗଲେଣି। ଧାନ କାଟିବା ପରେ ଶୁଖାଇବା, ଧାନ ସଫା କରିବା ଆଦି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଖଳା ଆଦି ଭିତ୍ତିଭୂମି ର ଜିଲ୍ଲା ରେ ଘୋର ଅଭାବ ଅଛି। ତେବେ ସରକାର ଯଦି ସାଧାରଣ ମାନ ର ଧାନ କୁ ବିହନ ପରି ସଫା କରି ଆଣିବା ପାଇଁ କହିବେ ଚାଷୀ କରିବ କଣ ? 
  ପର୍ଯ୍ୟାୟ କ୍ରମେ ଚାଷୀମାନଙ୍କୁ ସଚେତନ କରାଇ  ବିଭିନ୍ନ ଗ୍ରାମରେ ମଣ୍ଡି କମିଟିମାନ ଗଠନ ସହ ସଂଗଠନରେ ଯୋଡ଼ି ହୋଇ ଚାଷୀ ଙ୍କୁ ଅଣଦେଖା କଲେ ପ୍ରତ୍ୟେକ ଅନ୍ୟାୟର ପ୍ରତିବାଦ ଚାଷୀ କରିବେ ବୋଲି ସଂଗଠନର ସଚେତକ ସୁଧିର ବଘାର କହିଛନ୍ତି।
ସରକାର ପ୍ରଥମେ କହିଲେ, ଧାନ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଚାଷୀ ଆକାଉଣ୍ଟରେ ପଡ଼ିବାର ୫ ମିନିଟ୍ ପରେ ୮୦୦ ଟଙ୍କା ବୋନସ୍ ରାଶି ସେହି ଆକାଉଣ୍ଟରେ ଦିଆଯିବ। ପୁଣି ସରକାର କହିଲେଣି ୨୩୦୦ ଟଙ୍କା ଆସିବାର ୪୮ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ବୋନସ ଆସିବ ସରକାର ବାରମ୍ବାର ନିଜ କଥା ବଦଳାଇ ଚାଷୀମାନଙ୍କୁ ଭ୍ରମିତ ନ କରିବାକୁ  ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସରକାର ଙ୍କ ପାଖରେ ଦାବି ରଖିଛନ୍ତି। ଆଜିର ଏହି  ଖବରଦାତା ସମ୍ମିଳନୀ ରେ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ବରିଷ୍ଠ ଚାଷୀ ନେତା ରାଜେନ୍ଦ୍ର ମିଶ୍ର, ଜିଲ୍ଲା ସଂଯୋଜକ ସୁଧିର ବଜାର, ରାଜ୍ୟ ମହିଳା ସଭାନେତ୍ରୀ ସୋନାଲି ବିଶି ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like