-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ଗଞ୍ଜାମ,ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ଏକ ବଡ ଧରଣର ଅଘଟଣରୁ ରକ୍ଷା ପାଇଗଲା ବୁଗୁଡା ଶାଖ ଇଣ୍ଡିଆନ ବ୍ୟାଙ୍କ। ପ୍ରତ୍ୟେକ ଦିନ ଭଳି ଜାନୁୟାରୀ ୭ ତାରିଖ ଦିନ ମଧ୍ୟ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଇଣ୍ଡିଆନ ବ୍ୟାଙ୍କରେ। ଲୋକମାନେ ଧାଡ଼ିବାନ୍ଧି ଛିଡା ହୋଇଗଲେ। ହେଲେ ବିଦ୍ୟୁତ ନଥିବା ଯୋଗୁଁ କର୍ମଚାରୀ ଜଣଙ୍କ ଜେନେରେଟର ଚାଲୁ କରିବା କ୍ଷଣି କୌଣସି କାରଣରୁ ନିଆଁ ଲାଗି ଜଳିବାକୁ ଲାଗିଲା ଜେନେରେଟର। ସଙ୍ଗେ ସଙ୍ଗେ ସମସ୍ତ ଗ୍ରାହକଙ୍କୁ ବ୍ୟାଙ୍କ ଭିତରୁ ବାହାର କରାଯାଇ ଦମକଳ ବାହିନୀକୁ ଖବର ଦେବାସହ ବ୍ୟାଙ୍କର ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା କର୍ମଚାରୀ ମାନେ ଅଗ୍ନିକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଯାହା ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଥିଲା।