-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଖୁଣ୍ଟପାଲି ଗ୍ରାମଠାରେ କେଉଁ ଆବାହମାନ କାଳରୁ ବାବା ବାଲୁଙ୍କେଶ୍ୱର ପୀଠରେ ବାଲିଯାତ୍ରା ମହୋତ୍ସବ ପାଳିତ ହୋଇ ଆସୁଅଛି।କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଗତେ ଚତୁର୍ଦ୍ଦଶୀ ବଡ଼ଓଷା,ଶ୍ରୀ ହରିଙ୍କ ଗମନ ଠାରୁ ମାର୍ଗଶିର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଜୀରା ନଦୀ ପଠାରେ ଏଇ ମହୋତ୍ସବ ଅନୁଷ୍ଠିତ ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀକୃଷ୍ଣଙ୍କ ଗୋପପୁରରେ ଗୋପାଙ୍ଗନା ମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପାଇବାପାଇଁ ଏକ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜା ଅର୍ଚ୍ଚନା କରି ଆସୁଥିଲେ । କାର୍ତ୍ତିକ ତ୍ରୟୋଦଶୀ ଦିବସରେ ଜୀରା ନଦୀ ମଧ୍ୟ ଭାଗରେ ଥିବା ବାଲୁଙ୍କେଶ୍ବର ମନ୍ଦିରରେ ବା କରୁଥିବା ହର ଙ୍କ ସହ ଭେଟ ହେବାପାଇଁ ଗ୍ରାମରେ ଥିବା ହରିଙ୍କ ଅପୂର୍ବ ମିଳନ ଏଠାରେ ବେଶ ବିସ୍ମିତ କରେ।
ଠିକ ସେଭଳି ସେଇ ପରମ୍ପରା ଭାବେ କେଉଁ ଆବାହମାନ କାଳରୁ ଖୁଣ୍ଡପାଲି ଗ୍ରାମରେ ସେଇ ପରମ୍ପରା ପ୍ରଚଳିତ ହୋଇ ଆସୁଛି।କାର୍ତ୍ତିକ ମାସର ପ୍ରଥମ ଦିନରୁ ନଦୀରେ ଏକ ବାଲୁକା ଲିଙ୍ଗ ସ୍ଥାପନ କରାଯାଇ ପ୍ରତିଦିନ ଭୋର ୩ ଘଟିକାରୁ ଗ୍ରାମର ସମସ୍ତ ଆବାଳ ବୃଦ୍ଧବନିତା ନଦୀରେ ସ୍ନାନ ସାରି ସ୍ଥାପନା କରାଯାଇଥିବା ବାଲୁକା ଲିଙ୍ଗକୁ ଭକ୍ତିର ସହ ପୂଜାର୍ଚ୍ଚନା କରନ୍ତି।ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଗ୍ରାମର ସମସ୍ତ ଭକ୍ତ ତଥା ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ଏଠାରେ ଉଜାଗର ରହନ୍ତି।ତତ ସହିତ ଶିବ ପୁରାଣ ପଠନ,ଏକ ଲକ୍ଷ ଦୀପ ଦାନ ସହିତ ଭୋର ୪ ଟା ସମୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ।ଐତିହାସିକ ବାଲିଯାତ୍ରା ଖୁଣ୍ଡପାଲିର ସାରା ବରଗଡ଼ରେ ବଡ଼ ଧରଣର ହୋଇଥିବା ହେତୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଜନସମାଗମ ଲକ୍ଷ କରାଯାଇଛି। ଦର୍ଶକଙ୍କ ମନୋରଞ୍ଜନ ସକାଶେ ଦିର୍ଘ ତିନିଦିନ ଧରି ସଂଚାର ପରିବେଷଣ(ରାସ), ଜଳନ୍ଧର ଦରବାର,ଢ଼େମସା ଡ୍ୟାନ୍ସ ଗ୍ରୁପ, ସମ୍ୱଲପୁରୀ ଡ୍ୟାନ୍ସ ଗ୍ରୁପ,ଝୁମେର ଡ୍ୟାନ୍ସ ଗ୍ରୁପ, ସାନ୍ତାଳୀ ଓ ଓଡ଼ିଶୀ ଡ୍ୟାନ୍ସ ଗ୍ରୁପ ଏଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।
ଖୁଣ୍ଡପାଲି ଗ୍ରାମବାସୀ ବୃନ୍ଦ ଙ୍କ ପ୍ରଚେଷ୍ଟାରେ ଆଜି ଧିରେ ଧିରେ ଜନସମୁଦ୍ରର ଲହରୀ ଖେଳିବାରେ ଲାଗିଛି ଜୀରାନଦୀ ମଧ୍ୟ ଭାଗରେ ।ଏହି ଯାତ୍ରାକୁ ନେଇ ଗ୍ରାମବାସୀ ଏକ ଶୃଙ୍ଖଳିତ କମିଟି ଗଠନ କରିଛନ୍ତି। ଉପଦେଷ୍ଟା ଭାବେ ବରିଷ୍ଠ ନାଗରିକ ଜଗନ୍ନାଥ ଦାଶ, ସୂର୍ଯ୍ୟମଣୀ ସାହୁ, ପ୍ରମୋଦ ସାହୁ, ସାହେବ ସାହୁ, ନାରାୟଣ ଭୋଇ ଏବଂ ସଭାପତି ଭାବେ କେଦାର ବେହେରା, ସମ୍ପାଦକ କେଦାର କୁମାର ସାହୁ, କୋଷାଧ୍ୟକ୍ଷ ଅଞ୍ଜନ କୁମାର ସାହୁ, କାର୍ଯ୍ୟକାରୀ ସଦସ୍ଯ ଯଶୋବନ୍ତ ମେହେର,ରୋହିନ ସାହୁ,ତ୍ରିବିକ୍ରମ ଦାଶ,ଧର୍ମରାଜ ପଧାନ,ଦିଲିପ ସାହୁ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ପାତ୍ର,ପିତାମ୍ବର ଦେବତା,ରୋସନ ପଣ୍ଡା ,ଯାଦବ ବେହେରା,ବେଲାରସେନ ମେହେର,ଆଲୋକ ଦାଶ ପ୍ରମୁଖ ଅକ୍ଲାନ୍ତ ପ୍ରଚେଷ୍ଟା ଏବଂ ସହଯୋଗରେ ମହୋତ୍ସବ ଖୁବ୍ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ହେଲେ ବରଗଡ଼ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଓ ସଂସ୍କୃତି ବିଭାଗର ଚିରନିଦ୍ରା ସକାଶେ ବାଲୁଙ୍କେଶ୍ୱର ପୀଠ ଉନ୍ନତି ହେଇ ପାରୁନାହିଁ ବୋଲି ଜନସାଧାରଣଙ୍କ ଠାରୁ ପ୍ରକାଶ।ଗତ ୨୬.୧୧ ୨୦୨୩ ତାରିଖରେ ଠାକୁର ପାଖକୁ ଯିବା ଆସିବା ନିମନ୍ତେ ନଦୀରେ ୧୫ ଲକ୍ଷ ବ୍ୟୟ ଅଟକଳରେ ଏକ ବ୍ରିଜ ନିର୍ମାଣ ହେଲା ସତ କିନ୍ତୁ ୯ ମାସ ନପୁରୁଣୁ ତାହା ଭୁଷୁଡି ଯିବା ଫଳରେ ଗ୍ରାମବାସୀ ଶ୍ରମଦାନ କରି ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି।ଏପରି କି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦେଖାଇ ଚାଲିଛନ୍ତି ରଙ୍ଗୀନ ସ୍ୱପ୍ନ। ଯଦ୍ୱାରା ଠାକୁରଙ୍କ ପୀଠ ଉନ୍ନତି ହୋଇ ପାରିନି ବୋଲି ମତପ୍ରକାଶ ପାଏ। ଚଳିତ ବର୍ଷ ଅମୃତ ଧାରା ନର୍ସିଂ ହୋମର ପରିଚାଳକ ଶ୍ରୀମାନ ଯଶୋବନ୍ତ ମେହେରଙ୍କ ଆୟୋଜନ କ୍ରମେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡ଼ା.ସୁଶାନ୍ତ ମେହେର ଏବଂ ଯଶୋବନ୍ତ ମେହେର ମେଗା ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।