-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
13-Nov-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଜୀବିକା ମିଶନ ର ବି.ଏଲ୍.ସି ରମାକାନ୍ତ ହରିପାଲ ଙ୍କ ସହ ସଂଘ ର ସଭାନେତ୍ରୀ, ମୀରା ବାରିକ ସମ୍ପାଦିକା ମାଧୁରୀ ମେହେର ଏବଂସମସ୍ତ ଇସି ସଭ୍ୟା ଓ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସଂଘ ର ଦକ୍ଷ ନଥିପତ୍ର ପରିଚାଳିକା ବବିତା ରାଣୀ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଦୀର୍ଘ ସାତ ବର୍ଷ ର ସମସ୍ତ ଆର୍ଥିକ ଓ ଅଣ ଆର୍ଥିକ କାର୍ଯ୍ୟ ର ବିବରଣୀ କୁ ଉପସ୍ଥାପନା କରିଥିଲେ। ବ୍ୟାଙ୍କ୍ ମିତ୍ର ଇନ୍ଦୁମତି ତାଣ୍ଡିଆ ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟ ବିବରଣୀ କୁ ଉପସ୍ଥାପନା କରିଥିଲେ। ଆଗାମୀ ଦିନରେ ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା। ଶେଷ ରେ ସଭାନେତ୍ରୀ ମୀରା ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ ସି.ଆର୍.ପି ଭଉଣୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।