-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ଜମନକିରା/କୁଚିଣ୍ଡା/ସମ୍ବଲପୁର ତା.୦୭/୦୧ - ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଷଣ୍ଢପଥର ଠାରେ ଜାତୀୟ ରାଜପଥ ଅବରୋଧ । ଆନ୍ଦୋଳନ ର ଦ୍ଵିତୀୟ ଦିନରେ ରାତ୍ରି ୮ ଘଣ୍ଟା ସୁଦ୍ଧା....
ଗତକାଲି ପ୍ରଥମେ ଜମନକିରା ତହସିଲଦାର ଓ ପରେ କୁଚିଣ୍ଡା ଉପଖଣ୍ଡ ର ଉପଜିଲ୍ଲାପାଳ ଷଣ୍ଢପଥର ଠାରେ ଆନ୍ଦୋଳନ ସ୍ଥଳ ଆସି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରିଥିଲେ । ସରକାର ଉପରେ ବିଶ୍ୱାସ ରଖି ଆନ୍ଦୋଳନ କୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ହେଲେ ଆନ୍ଦୋଳନକାରୀ ମାନେ ନିଜ ଦାବି ରେ ଅଟଳ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟକାଳ ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବେଲି ଦେଇ ଆନ୍ଦୋଳନ କୁ ବଳବତ୍ତର ରଖିଛନ୍ତି ।
ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଆନ୍ଦୋଳନ ରେ ସାମିଲ ସୋଇଥିଲେ । ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ମଲ୍ଲିକ ଓ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ଟୁଡୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି । ହେଲେ ବର୍ତ୍ତମାନ ଯାଏଁ କୌଣସି ଠୋସ ପ୍ରତିଶ୍ରୁତି ଦେଇ ନପାରିବାରୁ ଆନ୍ଦୋଳନ ଜାରି ରହିଛି ।
ଆନ୍ଦୋଳନର ପ୍ରାରମ୍ଭରୁ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ, ପୂର୍ବତନ କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ *ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଷ ପଟେଲ, ପୂର୍ବତନ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ *ଶ୍ରୀଯୁକ୍ତ ବୃନ୍ଦାବନ ମଝି, ଜିଲ୍ଲା ସାଧାରଣ ସମ୍ପାଦକ *ଅନିଲ ବେହେରା କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଦୁଷ୍ମନ୍ତ ନାଏକ, ଚନ୍ଦ୍ର ଶେଖର ପଣ୍ଡା, ସୁଶୀଲ କର, ଅମୋଘ ପାଣିଗ୍ରାହୀ, ପିଙ୍କୁ ପାଣି, ମହେଶ ରାଏ, ରମେଶ ସାହୁ, ମନୋଜ ମାଝୀ, ସୁନୀଲ ମୁଦୁଲି, ମନୋଜ ମହାକୁଡ଼, ପ୍ରଶାନ୍ତ ପଣ୍ଡା, ବିଜୟ ନାଏକ, ଜଗଦୀଶ ନାଏକ, ଅମରଜିତ ସେଠ, ପବନ ପଟେଲ, ଅରୁଣ ମହାକୁଡ଼, ରଞ୍ଜନ ଶର୍ମା, ବିରେନ୍ଦ୍ର ଚୌଧୁରୀ, ଶ୍ରୀକାନ୍ତ ପଟେଲ, ଲଳିତ ପୃଶେଠ ପ୍ରମୁଖ ସାମିଲ ହୋଇଛନ୍ତି ।