-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଜିଲ୍ଲା ସଦର ମହକୁମାଠାରେ ଥିବା ସ୍ମାର୍ଟ ପାର୍କ ର ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି। ଏ ନେଇ ସୋନପୁର ମୁନିସିପାଲଟି କୁ ଘୋର ନିନ୍ଦା କରୁଛନ୍ତି ସହରବାସୀ। ଜିଲ୍ଲା ମୁଖ୍ୟାଳୟରେ ମନୋରଞ୍ଜନ ପାଇଁ କୌଣସି ସ୍ଥାନ ନ ଥିବା ଯୋଗୁଁ ତତ୍କାଳୀନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଙ୍କ ଉଦ୍ୟମ କ୍ରମେ ଓ ତତ୍କାଳୀନ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ୟଂଶୁ ଋଟ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରିତ୍ୟକ୍ତ ପାର୍କ କୁ ସ୍ମାର୍ଟ ପାର୍କ ରେ ପରିଣତ କରାଯାଇଥିଲା। ଏବଂ ପାର୍କ ର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଗ୍ରୁପ ମହିଳା ମାନଙ୍କୁ ନିଯୁକ୍ତ କରାଯାଇ ବହୁତ ସୁନ୍ଦର ରୂପରେଖ ଦିଆଯାଇଥିଲା। ପାର୍କ ରୁ ଆୟ ମଧ୍ଯ ବଢିଆ ହେବାକୁ ଲାଗିଥିଲା। କିନ୍ତୁ ବିଗତ ୧ ବର୍ଷ ହେଲା ପାର୍କ ଭିତରେ ଥିବା ଏକ ମାତ୍ର ସେଲ୍ଫି ପଏଣ୍ଟ ତଥା କୁନି କୁନି ଛୁଆ ମାନେ ଫଟୋ ଉଠାଉଥିବା ସ୍ଥଳ ଫାଉଣ୍ଟେନ୍ (ଜଳଫୁଆରା) ଅଚଳ ହୋଇପଡିଛି। ଖବର ରୁ ପ୍ରକାଶ ଯେ ପେନାଲ ବୋର୍ଡ ପୋଡି ଯିବାରୁ ତାହା ପ୍ରାୟ ବର୍ଷେ ହେବ ଅଚଳ। ସେପଟେ ଆସ୍ତେ ଆସ୍ତେ ଲାଇଟ ଗୁଡ଼ିକ ମରାମତି ଅଭାବରୁ ଲିଭି ଲିଭି ଆସୁଛି। ବ୍ୟାୟାମ ଉପକରଣ ଅଚଳ, ଶିଶୁ ମାନଙ୍କ କ୍ରୀଡା ଉପକରଣ ଆବଶ୍ୟକ ମେଣ୍ଟନାନ୍ସ ଅଭାବରୁ କେଁ କେଁ ଶବ୍ଦ କରି ବସିଲାଣି। ଶିଶୁ ମାନଙ୍କ ମା ମାନେ ପାର୍କକୁ ଛୁଆ ମାନଙ୍କୁ ନେଇ ଯାଉଥିବା ବେଳେ ମା ମାନଙ୍କ ଦୋଳି ପାଇଁ ଟିଏ ମଧ୍ଯ ସୁବିଧା ନ ଥିବାରୁ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ମହିଳା ମାନେ। ଉକ୍ତ ସବୁ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ଉଚିତ ପଦକ୍ଷେପ ନେବାକୁ ସହରବାସୀ ଦାବୀ କରିଛନ୍ତି ।