-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
12-Nov-2024
ବରପାଲି(ସୁଦାମ ଦୀପ): ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା। ବରଗଡ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ମହିଳା ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସମ୍ମାନିତ ଅତିଥି ଭାବରେ କଲେଜର ଅନ୍ତର୍ଯ୍ୟାମୀ ପଣ୍ତାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇ ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଥିଲେ। ପ୍ରଶିକ୍ଷଣ ଶିବିରରେ ପୁରସ୍କୃତ ପାଞ୍ଚଜଣ ଛାତ୍ରୀ ସଙ୍ଗୀତରେ ରୋଷ୍ନାରାଣୀ ଦାଶ ଓ ରଙ୍ଗୋଲି ଓ ପ୍ରବନ୍ଧରେ ଯାଜ୍ଞସେନି ମହାକୁର ପ୍ରଥମ ସ୍ଥାନ ସହ ନିଳୀମା ସୂର୍ଯ୍ୟବଂଶୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥିମାନେ ଆାଗାମୀ ଜୋନାଲସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଛାତ୍ରୀମାନେ ଭାଗ ନେଇ କଲେଜର ନାଁ ରଖିବା ସହିତ ପରବର୍ତ୍ତୀ ସମୟରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ମନୋନୀତ ହୋଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି ଉତ୍ସାହିତ କରିଥିଲେ। ଶେଷରେ କାଉନସିଲର ନିଳିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।