-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
12-Nov-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ମାଁ ମହାଲକ୍ଷ୍ମୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ତୃତୀୟ ତରଣୀସେନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ସୋମବାର ମଧ୍ୟାହ୍ନରେ ଉଦଘାଟିତ ହୋଇଯାଇଛି |ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସେବା ସମବାୟ ସମିତି ସଭାପତି ସୁଧୀର କୁମାର ଖଟୁଆ, ସମ୍ମାନିତ ଅତିଥି ଭାବେ ଟାଙ୍ଗିଆପାଲି ଗୌନ୍ତିଆ ବଶିଷ୍ଠ କଅଁର, ଜିଲ୍ଲା କ୍ରିକେଟ ସଙ୍ଘ ସଦସ୍ୟ ରାମଚନ୍ଦ୍ର ମଲିକ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ |ପରେ ଆୟୋଜକ ଟାଙ୍ଗିଆପାଲି ଓ କୁମରକେଲି ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଟସ ଜିଣି ଟାଙ୍ଗିଆପାଲି ଦଳ ନିର୍ଦ୍ଧାରିତ ୭ଓଭର ରେ ୭ଉଇକେଟ ହରାଇ ୫୩ରନ ରନ କରିଥିବା ବେଳେ ଜବାବ ରେ କୁମରକେଲି ଦଳ 5ଓଭରରେ ୩ଉଇକେଟ ରେ ୫୪ରନ କରି ୭ଉଇକେଟ ରେ ବିଜୟୀ ହୋଇଥିଲା | ସଦାନନ୍ଦ ସାହୁ ଓ ଆକାଶ ପ୍ରଧାନ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ରମାକାନ୍ତ ନାଗ ସ୍କୋରର ଓ ସୁଧାଂଶୁ ଶେଖର ମହାକୁଡ଼ ଧାରାବୀବରଣୀ ପ୍ରଦାନ କରିଥିଲେ |ଖେଳ ପରିଚାଳନା ରେ କ୍ଲବର ମୁନା ଦନ୍ତା,ସୁରଥ ବାରିକ, ବିନୋଦ, ଉମା, ରିଙ୍କୁ, ପ୍ରକାଶ, ସୁନୀଲ, ପ୍ରତିମନ, ରଘୁନାଥ, ପ୍ରକାଶ, ରୁଦ୍ର, ନିବାସ ଓ ଅନ୍ୟମାନେ ସହଯୋଗ କରିଥିଲେ |