-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ହତ୍ୟା ର ଗୁମର ଖୋଲିବାକୁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

11-Nov-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସଲଣ୍ଡି ଗାଁ ର ଶତାଧିକ ପୁରୁଷ ଓ ମହିଳା ଜ୍ଞାନ ପ୍ରକାଶ ବେହେରା ଙ୍କ ହତ୍ୟା ର ଗୁମର ଖୋଲିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ। ସୂଚନା ଅନୁସାରେ ୧୪/୧୦/୨୪ ଦିନ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସଲଣ୍ଡି ଗାଁ ର ଦୈତ୍ୟାରି ବେହେରାଙ୍କ ପୁଅ ଜ୍ଞାନ ପ୍ରକାଶ ବେହେରା (୨୭) ନିଜ ମୋଟରସାଇକେଲ (ଓ ଡି ୦୩ ୟୁ ୫୬୧୯) ଯୋଗେ ଘରୁ ବାହାରି କୁଆଡେ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ବେଲ ପଡ଼ା ଥାନା କୁ ୧୬/୧୦/୨୪ ଦିନ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ବେଲପଡା ପୋଲିସ ତାଙ୍କ ଅଭିଯୋଗ ପତ୍ର ରଖିନଥିଲେ ପୁଣି ସନ୍ଧ୍ୟା ସମୟରେ ଅଭିଯୋଗ ପତ୍ର ରଖିଥିବା ପୂର୍ବରୁ ଗୋଟିଏ ମୋଟରସାଇକେଲ ବେଲ ପଡ଼ା ଥାନା ଅନ୍ତର୍ଗତ ଥୁଣ୍ଡିବାହାଲ ଓ ଭାଲୁଖାଇ ମଝି ଜଙ୍ଗଲ ରୁ ପାଇଥିବାରୁ ସେ ବାଇକ୍ ଟି ଜ୍ଞାନ ପ୍ରକାଶ ବେହେରା ଙ୍କ ବୋଲି ଚିହ୍ନଟ କରାଯାଇଥିଲା। ସଲଣ୍ଡି ଗାଁ ର ଶହ ଶହ ଲୋକ ଉକ୍ତ ଜଙ୍ଗଲ କୁ ଯାଇ ଖୋଜାଖୋଜି କରିବା ପରେ ରାତିରେ କିଛି ପତ୍ତା ମିଳିନଥିବାରୁ ଫେରି ଆସିଥିଲେ। ପୁଣି ୧୭/୧୦/୨୪ ଦିନ ସକାଳୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ଏକ ମୃତଦେହ ମିଳିଥିଲା ଏବଂ ତାହା ଜ୍ଞାନ ପ୍ରକାଶ ବେହେରା ଙ୍କ ବୋଲି ଜଣାପଡିଥିଲା। ଘଟଣା ସ୍ଥଳରେ ବେଲ ପଡ଼ା ପୋଲିସ ଓ ବଲାଙ୍ଗିର ଫରେନ୍ସି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରିବାର ବର୍ଗଙ୍କ ଠାରୁ ତାହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁରାକ ମିଳିନଥିଲା।ଫରେନ୍ସି ରିପୋର୍ଟ ଆସିବା ପରେ ହତ୍ୟା ବୋଲି ସ୍ପଷ୍ଟୀକରଣ ହେବାପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ ପରିବାର ଲୋକେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ବାରସ୍ଥ ହୋଇଥିଲେ। ତାପରେ ମଧ୍ୟ ପୋଲିସ ପ୍ରଶାସନ ଅପରାଧୀ ମାନଙ୍କୁ ଧରିବାରେ ଅସକ୍ଷମ ହେବାରୁ ଗାଁ ଲୋକେ ନ୍ୟାୟ ପାଇବା ଆଶାରେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ସଲଣ୍ଡି ଗାଁ ବସଷ୍ଟାଣ୍ଡ ତଥା ବଲାଙ୍ଗିର କଣ୍ଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜପଥ କୁ ଆଜି ସକାଳ ୮:୩୦ ରୁ ରାସ୍ତାରୋକ କରିଥିଲେ।

ଘଟଣା ସ୍ଥଳରେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ,ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ, ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା, ଖପ୍ରାଖୋଲ ପୋଲିସ ଓ ବଲାଙ୍ଗିର ରୁ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ରହି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆସିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯିବ ବୋଲି କହିଥିଲେ । 
ଶେଷରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ବୁଝାସୁଝା କରି ଯଥାଶୀଘ୍ର ଆସାମୀ ମାନଙ୍କୁ ଧରାଯିବ ଏବଂ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ୩.୩୦ ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ପରିବାର ବର୍ଗ ଓ ଗ୍ରାମବାସୀମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଉଚିତ ପଦକ୍ଷେପ ନେବାକୁ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଉକ୍ତ ହତ୍ୟାକାଣ୍ଡ ର ତଦନ୍ତ ବେଲପଡା ପୋଲିସ ନକରି ସିଧା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅପରାଧୀ ମାନଙ୍କୁ ଧରିବେ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କମ୍ ଦିନ ମଧ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରାଯାଏ ତାହେଲେ ପୁଣି ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଏଭଳି ହତ୍ୟାକାଣ୍ଡ ରେ ପୋଲିସ ବିଭାଗ କିଭଳି ପଦକ୍ଷେପ ନେଉଛନ୍ତି ଓ ଆସାମୀମାନଙ୍କୁ ଗିରଫ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like