-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
ସିନାପାଲି,(ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିର ରେ ନୀଳଜି ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିର ରେ ସିନାପାଲି ବିଡିଓ କାର୍ମି ଓରାମ ଯୋଗଦାନ କରି ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନେକ ଅଭିଯୋଗ ର ସମସ୍ୟା ସମାଧାନ କରିଥିଲେ। ଏହି ଶିବିର ରେ ବିଭିନ୍ନ ସମସ୍ୟା ନେଇ ଜନସାଧାରଣଙ୍କ ୪୦ ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଶିବିର ରେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ, ଏ ଇ ଇ ପ୍ରଦୋଷ ବେହେରା, ସି ଡି ପି ଓ ଶ୍ରୀମତୀ ଝରଣା ଶତପଥୀ, ଆର ଆଇ ଶ୍ରୀଯୁକ୍ତ ଚୁଡାମଣି ମାଝୀ,ଜିପିଓ ସଂଜୟ ମହାନନ୍ଦ, ଏପିଓ ପ୍ରଦିପ କୁମାର ଓଝା, ପିଇଓ ମୋହନ ଦାଶ ସତନାମୀ, ସି ଆର ସି ସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର, ଶିକ୍ଷାବିତ କବି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର,ଜିଆରଏସ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମାଝୀ ଓ ଏସ ଇ ଓ ଶ୍ରୀଯୁକ୍ତ ରଜନିକାନ୍ତ ବୋହିଦାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।