-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2024
ପାଟଣାଗଡ଼ (ପୂର୍ଣ୍ଣଶଶୀ ରେଖା ରାଓ )
ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୁମାଭଟା ଗ୍ରା.ପ. ପଞ୍ଚାୟତ ଓ ବଜରଙ୍ଗଦଳ ଆନୁକୁୁଲ୍ଯ ରେ ରାଜ୍ଯସ୍ତରୀୟ ମାରାଥନ୍ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ମାରାଥନ୍ କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲାରୁ ୧୮୦ ଜଣ ଯୁବକ ଓ ଯୁବତୀ ମାନେ ଭାଗନେଇ ନେଇଥିଲେ। ଏହି ମାରାଥନ୍ ରେ ୮ କିଲୋମିଟର ଦୌଡ ଥିଲା,ଧୁମାଭଟା ପଞ୍ଚାୟତ ଠାରୁ,ଡଙ୍ଗରତଲ ପର୍ଯ୍ୟନ୍ତ ଦୌଡି ପୁଣି ଫେରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସିଥିଲେ ।ଏହି କାର୍ଯ୍ଯକ୍ରମ ସୋନପୁର ଜିଲ୍ଲା ର ଦୟାନିଧି ମୁଣ୍ତା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ଵିତୀୟ ସ୍ଥାନ ରେ କଲାହାଣ୍ତି ଜିଲ୍ଲା ର ପବନ କୁମାର ଯାଦବ ହାସଲ କରିଥିଲେ ଏବଂ ତୃତୀୟ ସ୍ଥାନରେ ଝାରସୁଗୁଡା ଜିଲ୍ଲାର ପଙ୍କଜ ରଣା ହାସଲ କରିଥିଲେ । ଏମିତି ଟପ୍ ଟେନ୍ ପ୍ରୟନ୍ତ ପୁରସ୍କାର ଥିଲା ମହିଲା ମାନଙ୍କର ମଧ୍ଯରେ ପ୍ରଥମ ସ୍ଥାନ ହାସଲ କରିଥିଲେ ଧନମତୀ ମାଝି ଏବଂ ଅନିତା କୈବର୍ତ ଓ ଆରତୀ ମାଝି ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।ଏହି. ଅଲ୍ ଓଡିଶା ମାରାର୍ଥନ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଳପଡା ପୋଳିସ୍ ଏ ଏସ ଆଇ ଭଜମନ ବିଶି ଯୋଗଦାନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଧୁମାଭଟା ରାଜସ୍ବ ନୀରିକ୍ଷକ ଅନ୍ତର୍ଯ୍ୟାମୀ,ଧୁମାଭଟା ଭି,ଏଲ, ଡବ୍ଳୁ ଡାକ୍ତର ତାପସ ବେହେରା,ସରପଞ୍ଚ ବନମାଲୀ ନାଏକ,ଅବରସ ପ୍ରାପ୍ତ ଶିକ୍ଷକ ସୀତାରାମ କରନ ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।
ଲକ୍ଷ୍ମୀଧର ମଲ୍ଲିକ,ଦିଗାମ୍ବର ବୁଡେକ,ତରଣୀ ବାଗ,ବାବୁଲା ବୁଡେକ, ଗୋବିନ୍ଦ ମଲ୍ଲିକ,ସଚିନ ବୁଡେକ,କମଳ ନାଏକ,ମାଧ ନାଏକ ମୁକେଶ ବୁଡେକ,ହ୍ରୁଷି ବୁଡେକ,ପ୍ରକାଶ ବୁଡେକ,ଦେବରାଜ ନାଏକ, ଲମ୍ବୋଦର ନାଏକ,ମିଲନ ଯୋଶୀ,ଲିଚୁ ମଲ୍ଲିକ, ବିଜୟ ପଟ୍ଟନାୟକ,ବିବିଷଣ,ଚନ୍ଦନ ବୁଡେକ,ରାଜେଶ ବୁଡେକ,ହେମନ୍ତ ବୁଡେକ,ରୋହିତ ବୁଡେକ,ନବୀନ ବୁଡେକ,ବସୁ ବୁଡେକ,ଅମିତ ନାଏକ ରୁତୁ ବାଗ,ସୁଶାନ୍ତ ବୁଡେକ,ରାମ ପ୍ରଧାନ,କେଶବ ଦଣ୍ତସେନା, ପିଣ୍ଟୁ ବୁଡେକ,ତୁଷ ବୁଡେକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।