-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
09-Nov-2024
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର,)
ଗୋପାଷ୍ଟମୀ ଅବସରରେ ବ୍ରହ୍ମ ମୂହୁର୍ତ୍ତ ରେ ବ୍ରହ୍ମ ଅବଧୂତ ଅନାଦି ବାବାଙ୍କ ସାନିଧ୍ୟ ରେ ମାଝୀଗୁଡା ରେ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋ ସୁରକ୍ଷା ଓ ଗୋ ମହାତ୍ମ୍ୟ ଉପରେ ଆଲୋଚନା କରିଛନ୍ତି। ଅନାଦି ବାବା ଗୋ ସୁରକ୍ଷା ପାଇଁ ହିନ୍ଦୁ ସମାଜକୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ନଭେମ୍ବର ୮ ତାରିଖ ସନ୍ଧ୍ୟା ରୁ ହିଁ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ୯ ତାରିଖ ବ୍ରହ୍ମ ମୂହୁର୍ତ୍ତ ରୁ ଗୋ ପୂଜନ ଆରମ୍ଭ ହୋଇଥିଲା। ବିଶ୍ଵ କଲ୍ୟାଣ ପାଇଁ, ଗୋ ସଂପଦ ର ସୁରକ୍ଷା ପାଇଁ ଗୋ ଭକ୍ତ ଓ ମହିମା ସମାଜର ଭାଇ ଭଉଣୀ ମାନେ ପ୍ରାର୍ଥନା କରିଥିଲେ।