-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Nov-2024
ବରପାଲି(ସୁଦାମ ଦୀପ)- ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସତଲମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ସତଲମା ଗ୍ରାମର ସରପଞ୍ଚ କଳ୍ପନା ନାଏକ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୁମ୍ଭାରୀ ଜୋନ ର ଜ଼ିଲ୍ଲା ପରିଷଦ ପ୍ରତିନିଧି ଦୁର୍ଯୋଧନ ସାହୁ ଯୋଗଦାନ କରିଥିଲେ l ଡାକ୍ତର ଚିନ୍ମୟ ସାହୁ, ଆୟୁଷ ଡାକ୍ତର ଗୀତାଞ୍ଜଳି ବାଗ, କମ୍ପାଉଣ୍ଡର ସଂଜୀବ ସେଠ ଯୋଗଦାନ କରି ବିଭିନ୍ନ ରୋଗ ସମ୍ବନ୍ଧରେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ l ଅବସରରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁ ସଂଖ୍ୟା ରେ ରୋଗୀମାନେ ଚିକିତ୍ସିତ ହୋଇଥିଲେ l