-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
05-Nov-2024
ବଲାଙ୍ଗୀର:(ପ୍ରେରଣା)-ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଅଠର ମୈାଜା ହଟୁଆ ସମାଜର ନୂଆଁଖାଇ ଭେଟଘାଟ ଉତ୍ସବ ବଲାଙ୍ଗୀର ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ହଟୁଆ ସମାଜ ସଭାପତି ଶ୍ରୀ ହରିଶ ଚନ୍ଦ୍ର ପଧାନ ମୁଖ୍ୟ ଅତିଥି ରୂପେ, ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର କରତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସଭାପତି ଶ୍ରୀ ହରିଶ ଚନ୍ଦ୍ର ପଧାନ,ସମାଜର ଇଷ୍ଟ ଦେବୀ ମାଁ ଚର୍ଚ୍ଚିକା ମନ୍ଦିର ନିର୍ମାଣ ତଥା ପୁରାତନ ଜାତିୟ ସମ୍ବିଧାନରେ ସଂଶୋଧନ ପାଇଁ ସମସ୍ତ ଜାତି ଭାଇ ମାନଙ୍କର ସହଯୋଗ କାମନା କରିଥିଲେ। ସମାଜରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଦୁଇ ଜଣ ମହିଳାଙ୍କୁ ଜିଲ୍ଲା କମିଟିରେ ସ୍ଥାନ ଦିଆଯାଇଥିବା ର ସୂଚନା ଦେଇଥିଲେ। ବିଭିନ୍ନ ଉନ୍ନତି ମୂଳକ କାମ ହାତକୁ ନେବାକୁ ଉପସ୍ଥିତ ସଦସ୍ୟମାନେ ପ୍ରସ୍ତାବ ଦେଇ ଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସହ ସମ୍ପାଦକ ମୋହନ ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଦଉଲତ ମହାରଣା, ତ୍ରିବିକ୍ରମ ପଧାନ ମଞ୍ଚ ପରିଚାଳନା କରିଥିଲେ ।