-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ସିଟି ସ୍କାନ ଉଦ୍ଘାଟନ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହେବ। ଜିଲ୍ଲାର ଅନେକ ସ୍ବାସ୍ଥ୍ୟ ସମସ୍ୟା କୁ ଲୋକାଭିମୁଖୀ କରିବା ପାଇଁ ଆହ୍ବାନ କରିଛନ୍ତି। , ଜିଲ୍ଲା ସ୍ବାସ୍ଥ୍ୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କମିଟି ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ଧରଣୀ ଧର ସେନାପତି, ଜିଲ୍ଲା ଡି ପି ଏମ. ଦିଲ୍ଲୀପ ଦୁବେ, ଡ଼. ଲଳିତ ମୋହନ ବିଶି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ରେ ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବାକୁ କହିଥିଲେ। ବୈଠକରେ ବାର୍ଷିକ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା ହୋଇଥିଲା।