-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ଭୀମପାହାଡ ମହୋତ୍ସବର ତୃତୀୟ ସଂନ୍ଧ୍ୟା... ଭୀମପାହାଡର ଅଧିକ ବିକାଶ ପାଇଁ ସମସ୍ତଙ୍କ ଏକତା ଜରୁରୀ : ବିଧାୟକ

04-Nov-2024



ବଲାଙ୍ଗୀର/ଦେଓଗାଁ-ବଲାଙ୍ଗୀର ଜିଲ୍ଲାରେ ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି । ମୁଖ୍ୟତଃ ବଡବଡ ପାହାଡ ଓ ଜଙ୍ଗଲରେ ଇକୋଟୁରିଜମର ସୁବିଧା କରାଯାଇ ପାରିବ । ସେହିକ୍ରମରେ ଦେଓଗାଁ ବ୍ଲକଅଞ୍ଚଳର ଭୀମଡୁଙ୍ଗୁରୀ ଓ ଚାନ୍ଦଲୀପାହାଡ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ପ୍ରୟାସ ଜାରିରହିବ ବୋଲି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଚାଲିଥିବା ୧୦ତମ ଭୀମପାହାଡ ମହୋତ୍ସବ ତୃତୀୟସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ କହିଛନ୍ତି । ମହୋତ୍ସବ କମିଟୀ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦର ସଭାପତି ଦେବକୀ ସାହୁ,ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ତତ୍କାଳିନ ନବୀନ ସରକାର ଭୀମପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଫଳରେ ଏହି ଅଞ୍ଚଳର ଅନେକ ବିକାଶ ଆଗେଇଛି । ଆଗକୁ ଏହି ପର୍ଯ୍ୟଟନସ୍ଥଳୀର ଆହୁରି ବିକାଶ ପାଇଁ ପ୍ରୟାସ ଜାରି ରହିବାସହ ଦେଓଗାଁ ବ୍ଲକର ଚାନ୍ଦଳି ପାହାଡକୁ ମଧ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଗରେ ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ମହୋତ୍ସବ ଦ୍ୱାରା ଲୁକ୍କାୟିତ ପ୍ରତିଭାର ବିକାଶ ଓ ଏକତା ବଜାୟ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । କମିଟୀର ସଭାପତି ପ୍ରମୋଦ ବହିଦାର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପଦେଷ୍ଟା ସଦସ୍ୟ ଶୈଳେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ବଲାଙ୍ଗିରର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ଅଙ୍କୁଶ ପାଣ୍ଡିଆ ଓ ସାଥି, ଟିଟିଲାଗଡ ବ୍ଲକ ଖୋଲାନର ସରପଞ୍ଚ ନରେଶ ଅଗ୍ରୱାଲ ଏବଂ ନୁଆପାଲି ଧନୁଯାତ୍ରା କମିଟୀକୁ ଭୀମପାହାଡ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାସହ ପୂର୍ବତନ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ସାଏ, ଚକ୍ରଧର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପୂର୍ବତନ ସରପଞ୍ଚ ସ୍ୱର୍ଗତା ଲଲିତା ଭୁଏଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା ।  ପରେ ବଲାଙ୍ଗିର କୋଶଲ ଫୋକ ଏକାଡେମୀ ଦ୍ୱାରା ଡାଲଖାଇ, ଜରାସିଂହା ସୁରଭି ଦ୍ୱାରା ଦଶାବତାର ଓ ମଲମଣ୍ଡା ବଜାଶାଲ ଆନୁଷ୍ଠାନ ଦ୍ୱାରା ପାରମ୍ପାରିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି ଦିନ ଅପରାହ୍ନରେ ଭୀମପାହାଡର ଅତୀତ ଓ ବର୍ତ୍ତମାନ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବେଶବିତ୍‌, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ସାମିଲ ହୋଇ ମତବ୍ୟକ୍ତ କରିଥିଲେ । ପ୍ରତ୍ୟହ ରବିନ୍ଦ୍ର ସାହୁ ଓ ସାଥିଙ୍କ ଦ୍ୱାରା କଂସ ଦରବାର , ୨୪ ପ୍ରହରୀ ନାମଯଜ୍ଞ ଓ ମିନାବଜାର ମୁଖ୍ୟ ଆକର୍ଷଣ ପାଲଟିଛି । କାର୍ଯ୍ୟକ୍ରମକୁ ମହୋତ୍ସବ କମିଟୀର ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ,ରାକେଶ ପଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ,ଗିରିଗୋବର୍ଦ୍ଧନ ପୂଜା ପରିଚାଳନା କମିଟୀ ତଥା ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like