-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସୋନପୁର ବିଡିଓ ଓ ସାମ୍ବାଦିକଙ୍କ ମଧ୍ୟରେ ଗଣ୍ଡଗୋଳ,  ଉଭୟଙ୍କ ପକ୍ଷରୁ ଥାନାରେ ଏତଲା : ସାମ୍ବାଦିକଙ୍କୁ ରାତିଅଧିଆ ଗିରଫ:  ପ୍ରତିବାଦରେ କେତେକ ସାମ୍ବାଦିକଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ:  ଅଭିଯୁକ୍ତ ବିଡିଓଙ୍କ ବିରୁଦ୍ଧରେ ମାମଲା ସତ୍ତ୍ୱେ ଗିରଫ କରୁନି ପୁଲିସ୍ 

03-Nov-2024



ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକସଂଘର ଦାବିପତ୍ର ପ୍ରଦାନ 

ସ୍ଥାନୀୟ ସାମ୍ବାଦିକ ଦୁଇଭାଗ : ରାଜ୍ୟବ୍ୟାପି ସାମ୍ବାଦିକସଂଘର ଆନ୍ଦୋଳନ: ବିଡିଓଙ୍କ ସପକ୍ଷରେ କର୍ମଚାରୀ ଓ ଲୋକପ୍ରତିନିଧି   

ବଲାଙ୍ଗୀର(ପ୍ରେରଣା ଖବର):   ଗତ ୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ର ବିଡିଓ ସୌମ୍ଯରଞ୍ଜନ ସ୍ବାଇଁ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ସୋନପୁରର ନିଉଜ୍-୧୭ ର  ସାମ୍ବାଦିକ ଧୀରେନ୍ ଦାନୀଙ୍କ ମଧ୍ୟରେ ସୋନପୁର ବ୍ଲକ୍ କାର୍ଯ୍ୟାଳୟର ବିଡିଓଙ୍କ ଅଫିସ୍ ପ୍ରକୋଷ୍ଠରେ ଏକ ବିଷୟକୁ ନେଇ ତୁ ତୁ ମେଁ ମେଁ ଉଚ୍ଚବାଚ୍ଚ ପରେ ହାତାହାତୀ ହୋଇ ଉଭୟେ ଉଭୟଙ୍କୁ ମୁଥ ମାରି ଆହତ କରିଥିବା ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ସୋନପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ତେବେ ପୁଲିସ୍ ଦୁଇଟି ମାମଲା ଋଜୁକରି  ବିନା ଯଥେଷ୍ଟ ତଦନ୍ତରେ ସେହିଦିନ   ଅଭିଯୁକ୍ତ ସାମ୍ବାଦିକଙ୍କୁ ତାଙ୍କଘରୁ ଯାଇ ରାତିଅଧିଆ ଗିରଫ କରିଆଣି ପରଦିନ କୋର୍ଟଚାଲାଣ କରିଥିବା ବେଳେ ଅଭିଯୁକ୍ତ ବିଡିଓଙ୍କୁ ଅଦ୍ୟାବଧି ଗିରଫ କରି ନଥିବାରୁ ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ପୁଲିସ୍ ର ଏହି ହଠାତ୍ ରାତିଅଧିଆ ଗିରଫଦାରୀ ବିରୁଦ୍ଧରେ ପୁଲିସ୍ ଏସ୍ ପି ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି । 

ଏହି ଘଟଣାରେ ଏସ୍ ୟୁ ଜେ ରାଜ୍ୟ ସଂଘ ପକ୍ଷରୁ ବଲାଙ୍ଗୀର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଗସ୍ତ ଅବସରରେ ବିଡିଓଙ୍କୁ ତୁରନ୍ତ ଗିରଫ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ଘଟଣାକୁ ଅଯଥା ବଢାଇବାରେ ରାଜନୈତିକ ହସ୍ତକ୍ଷେପର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଓ ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ । ଗିରଫ ଅଭିଯୁକ୍ତ ଧୀରେନ୍ ଦାନୀ ଏସ୍ ୟୁ ଜେର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଟନ୍ତି । ଅବଶ୍ୟ ଇତିମଧ୍ୟରେ ସେ କୋର୍ଟରୁ ଜାମିନ୍ ରେ ଆସିଛନ୍ତି । 

ବିଡମ୍ବନାର ବିଷୟ ଯେ ବିଭିନ୍ନ ଗଣମାଧ୍ୟମରେ ଉଭୟ ସପକ୍ଷ ଓ ବିପକ୍ଷରେ ଭିନ୍ନ ଭିନ୍ନ ଖବର ପରିବେଷଣ କରାଯାଇ ପ୍ରକୃତ ଘଟଣାକୁ ଭିନ୍ନରୂପ ଦିଆଯାଉଛି ।  ଅଦ୍ୟାବଧି ରାଜ୍ୟରେ ଅମଲାତାନ୍ତ୍ରିକ ପ୍ରଭାବ ଚାଲିଥିବା ଓ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦିକଙ୍କ ଉପରେ ମିଥ୍ୟାମାମଲା ଋଜୁ କରିବାର ନିକୃଷ୍ଟ ପରମ୍ପରା ଜାରୀ ରହିଛି । ସୋନପୁରର ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ । 

ଜଣେ କର୍ତ୍ତବ୍ୟରତ ବରିଷ୍ଠ ସାମ୍ବାଦିକଙ୍କୁ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ପୂର୍ବ ଆକ୍ରୋଶବଶତଃ  ତଦନ୍ତ ନିମନ୍ତେ ସମୟ ନଦେଇ ଏଭଳି ଆତଙ୍କବାଦୀ ପରି ଅପମାନଜନକ ଭାବରେ ରାତିଅଧିଆ ଗିରଫ କରିବା ଚର୍ଚ୍ଚା ହେଉଛି ।  ସେହିପରି ଠିକା ଓ ପିସି ଲୋଭରେ ଜଣେ ବାହାର ଅଞ୍ଚଳର ଅଫିସରଙ୍କୁ ପଦଲେହନ କଲାଭଳି ସ୍ଥାନୀୟ କେତେକ ନିର୍ବାଚିତ ଲୋକପ୍ରତିନିଧି ଏବଂ ଅର୍ଥଲାଳସୀ ତଥାକଥିତ ସାମ୍ବାଦିକ ସପକ୍ଷ କରୁଥିବା କ୍ଷୋଭର ବିଷୟ  ! 

ଏହି ଗଣ୍ଡଗୋଳର କାରଣ ସମ୍ପର୍କରେ ଜଣାଯାଇଛି ଯେ , ସୋନପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ଖାଲିସ୍ଥାନରେ ଏହାପୂର୍ବରୁ ତରଭା ବିଡିଓ ଭାରପ୍ରାପ୍ତ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ ଏବେ ସୋନପୁର ବିଡିଓ ସେହି ସୋନପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି ।  କିଛିବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବାସଭବନ ପଛପଟର ଗୋଚର ଜମିକୁ କିଛିଲୋକ ଜବରଦଖଲ କରିଛନ୍ତି ଓ ଅଭିଯୁକ୍ତ ସାମ୍ବାଦିକ ଜଣକ ମଧ୍ୟ ସେମାନଙ୍କ ଭିତରୁ ଜଣେ । ତେବେ ଏଠାରେ ଏକ ରାସ୍ତା ଛଡାଯିବାକୁ  ଦଖଲକାରୀଙ୍କ ଆବେଦନକ୍ରମେ ଜିଲ୍ଲାପାଳଙ୍କ ଅନୁମୋଦନ ମିଳିସାରିବା ପରେ ଏହି ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଦାକରେ ଥିବା ସୋନପୁର ବିଡିଓ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଏହି ରାସ୍ତାଦାବିକୁ ବାତିଲ୍ କରାଇ ଦେଇଥିବା ଏହି ଗଣ୍ଡଗୋଳର ମୂଳକାରଣ ବୋଲି କୁହାଯାଉଛି । 

ଏଣୁ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ଜିଲ୍ଲାପାଳ ତାହାକୁ ଅନୁମୋଦନ କରିଥିଲେ , ଜଣେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ତାହାକୁ ବାତିଲ୍ କରାଯିବାକୁ ଏବେ ଆଉଥରେ ଚିଠି ଲେଖିଥିଲେ କିପରି  ? 

ଏମିତିରେ ଦେଖିବାକୁ ଗଲେ, ସୁବର୍ଣ୍ଣପୁର ନୂତନ ଜିଲ୍ଲା ଗଠନ ପରେ ଏହି ପଟାଭାଡି ଅଞ୍ଚଳ ସମେତ ଜିଲ୍ଲା ଓ ଜିଲ୍ଲା ସଦର ମହକୁମାର ବହୁ ସରକାରୀ, ଗୋଚର, ଆଦାୟଯୋଗ୍ୟ ଅନାବାଦୀ ଜମି ଇତ୍ୟାଦିର ଜବରଦଖଲ ବୃଦ୍ଧି ପାଇଛି । ତେବେ ଅଭିଯୁକ୍ତ ସାମ୍ବାଦିକଙ୍କ ଅନୁଯାୟୀ, ସେ ଉକ୍ତଦିନ ବିଡିଓଙ୍କ ନିକଟକୁ ବ୍ଲକର ୫-ଟି ଓ ଅନ୍ୟାନ୍ୟ କାମର ଅନିୟମିତତା ଅଭିଯୋଗର ତଥ୍ୟ ମାଗିବାକୁ ଯାଇଥିଲେ ଓ ବିଡିଓ କିଛି ନବୁଝି ଆଗ ତାଙ୍କୁ ରାଗିଉଠି ଆକ୍ରମଣ କରିଥିଲେ 

ଅପରପକ୍ଷରେ ବିଡିଓଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ଅଭିଯୁକ୍ତ ସାମ୍ବାଦିକ ଜଣକ ପ୍ରଥମେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ଓ ସେଠାରେ ସେତେବେଳେ ଉପସ୍ଥିତ ଥିବା ବ୍ଲକ୍ ଅଧ୍ୟକ୍ଷ ପ୍ରହଲାଦ ନାଏକ ଏହାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ରହୁଛନ୍ତି । ଏଣୁ ଉଭୟଙ୍କର ଏତଲାରେ ଯେତେ ସତ୍ୟତା ଥାଉ ନଥାଉ, ପୁଲିସ୍ ଏହାର ତଦନ୍ତ ନିମନ୍ତେ ଆଦୌ ସମୟ ନ ଦେଇ ଏପରି ପକ୍ଷପାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି । 

  ଅପରପକ୍ଷରେ ବିଡିଓଙ୍କ ସପକ୍ଷରେ ବ୍ଲକ୍ ର ବିଭିନ୍ନ କର୍ମଚାରୀ ସଂଘ ସମେତ ସରପଞ୍ଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ସୁରକ୍ଷା ଦାବି କରି ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । 

ସଂପ୍ରତି ରାଜ୍ୟବ୍ୟାପି ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ଓ ପ୍ରଶାସନର ଏତାଦୃଶ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆନ୍ଦୋଳନ ବ୍ୟାପକ ହୋଇଛି। ମୁଖ୍ୟମନ୍ତ୍ରୀ ଏହାର ଉଚିତ୍ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like